Wednesday, January 8, 2025
spot_imgspot_imgspot_img
Homeରାଜ୍ୟକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଭେଉଁରିଆ ଛକରେ ପ୍ରତିବାଦ ସଭା ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଭେଉଁରିଆ ଛକରେ ପ୍ରତିବାଦ ସଭା ।

ପଦ୍ମପୁର- ଏସସି ଏସଟି ମିଳିତମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ସ୍ଥାନୀୟ ରାଜଜୀ ଟାଉନହଲ ଠାରୁ ଏକ ରାଲି ବାହାରି ଭେଉଁରିଆ ଛକକୁ ଆସିଥିଲା । ସେଠାରେ ଏକ ପ୍ରୀତିବାଦ ସଭା ଅନୁଷ୍ଠିତ ହୋଇଥିଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ରାଜ୍ୟସଭା ସଂସଦରେ ଭାରତୀୟ ସମ୍ବିଧାନ ପ୍ରଣେତା ଡ଼.ଭୀମରାଓ ଙ୍କୁ ଅସମ୍ମାନ ବକ୍ତବ୍ୟ ପ୍ରଦାନ କରିଥିବାରୁ ଏକ ନିନ୍ଦାପ୍ରସ୍ତାବ ଆଗତ କରାଗଲା ଓ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଭେଉଁରିଆ ଛକ ଠାରେ ଅମିତ ଶାହାର କୁଶପୁତଳିକା ଦାହ କରାଗଲା ।

ଏହି ସଭାରେ ମିଳିତମଞ୍ଚର ସଭାପତି ଭୋଜରାଜ ବାଗ, ଉପସଭାପତି ନୀଳମଣି ବରିହା, ସମ୍ପାଦକ ରଘୁ ନନ୍ଦନ ଦେଓ, ସହ ସମ୍ପାଦକ ମୋତିଲାଲ ବାଗ, କୋଷାଧକ୍ଷ ଅଚ୍ୟୁତାନନ୍ଦ ସେଠ, ଆବାହକ ଚନ୍ଦ୍ରହାସ୍ୟ ଜଳ, ମିଡ଼ିଆ ପ୍ରଭାରୀ ଗୋପବନ୍ଧୁ ଶିକା ଉପଦେଷ୍ଟା ଟଙ୍କ କଣ୍ଟା, ଖେତ୍ରୀ ଲୁହାର, ଗୋବର୍ଦ୍ଧନ ଛତର ,ରମେଶ ନାୟକ, ନରେଶ ଦାସ, ଦେବରାଜ ସେଠ, ପ୍ରଦୀପ ମହାନନ୍ଦ, ଧବଳେଶ୍ଵର ମହାନନ୍ଦ ଓ ମିଳିତ ମଞ୍ଚ ର ସମସ୍ତ ସଦସ୍ୟ ଉପସ୍ଥିତ ତଥା ବିଭିନ୍ନ ଗାଁ ରୁ ଆସିଥିବା ଅନେକ ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

error: Content is protected !!