ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶ୍ରୀ ଯୁଗୁଲାଲ ପ୍ରଧାନଙ୍କ ସଭପତିତ୍ବରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବୃନ୍ଦାବନ ନାଗ, ସମ୍ମାନୀତ ଅତିଥି ଭାବରେ କେନ୍ଦୁମୁଣ୍ଡି ସି.ଆର.ସି.ସି ଦୀପକ ସାହୁ, ଖୁଣ୍ଟ ସମଲେଇ ସି.ଆର.ସି.ସି ମୀନକେତନ ମେହେର, ବିଆର୍ ଟି ସୁଶାନ୍ତ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରତ୍ନାକର ପଧାନ୍ ଓ ମୁଖ୍ୟବକ୍ତା ଭାବରେ ଗଙ୍ଗାସାଗର ସି.ଆର.ସି.ସି ରାଜେଶ କୁମାର ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା। ଏହି ଉତ୍ସବ କୁ ମମତା ମେହେର ପରିଚାଳନା କରିଥିବାବେଳେ ତରୁସିଖା ପାଣିଗ୍ରାହୀ, ସତ୍ୟନାରାୟଣ ସାହୁ ଓ ନେତାଜୀ ନନ୍ଦ ସହଯୋଗ କରିଥିଲେ। ଶେଷରେ ଶ୍ରଦ୍ଧାଞ୍ଜଳୀ ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା, ଅଭିଭବକ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।


