ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁମାଲ ଗ୍ରାମରେ ଗ୍ରାମର ମନରେଗା ଯୋଜନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ତରଫରୁ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମନରେଗା କୋଡ଼ିନେଟର ମୁରଲି ଦେଓ ପିଲ୍ଲି,ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିଷ୍ମଦେବ ମାଝୀ,କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା,ଗାଇସିଲେଟ ସରପଞ୍ଚ ଶରତ ଚନ୍ଦ୍ର କାଲୋ,ଆସିଷ୍ଟାଣ୍ଟ କମ୍ପ୍ୟୁଟର ପ୍ରୋଗ୍ରାମର ରାକେଶ ବାଗ,ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ତ୍ରିପାଠୀ,ବିପିସି ଆର ଏଚ ଅଭୟ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ଅନୁଜ କୁମାର ଚନ୍ଦନ,ବିକାଶ ଅଢ଼ା, ଏପିଓ କେତନ ପଧାନ,ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତିକେଶ୍ୱର ବେହେରା,ଗ୍ରାମରୋଜଗାର ସେବକ ରୀନା ପାଣ୍ଡେ,ନାଏବ ସରପଞ୍ଚ ଉପେନ୍ଦ୍ର ବିଭାର,ଗୌନ୍ତିଆ ଦୁର୍ଯ୍ୟୋଧନ ସାହୁ,ସମାଜସେବୀ ସୁଶାନ୍ତ ପଣ୍ଡା,ଗାଁ ସାଥି ସରୋଜ ମିଶ୍ର,ଦେବରାଜ ପ୍ରଧାନ, ହେମସାଗର ବଢେଇ,ସାବିତ୍ରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଥମେ କମିଟି ତରଫରୁ ସମସ୍ତଙ୍କୁ ଫୁଲ,ଚନ୍ଦନ ଓ ଉପଢ଼ୌକନ ଦେଇ ସ୍ବାଗତ କରାଯାଇଥିଲା । ତେବେ ବ୍ଲକର ଏକ ଛୋଟିଆ ଗ୍ରାମରେ ତାହା ପୁଣି ମନରେଗା ଯୋଜନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ଭବ୍ୟ କାର୍ଯ୍ୟକ୍ରମକୁ ଦେଖି ସମସ୍ତ ଅତିଥି ମାନେ ଖୁବ୍ ପ୍ରଶଂସା କରିଥିଲେ । ସରପଞ୍ଚ ଅର୍ପିତା ପଣ୍ଡା ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଅତିଥି ମାନଙ୍କୁ ଅବଗତ କରିବା ସହ ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ୩୦୦ ଦିନ କାମ ଯୋଗାଇବା ଏବଂ ଗାଈ,ଛେଳି ପାଳନ କରୁଥିବା ଲୋକଙ୍କୁ ତୁରନ୍ତ ଗାଈ ଗୁହାଳ,ଛେଳି ଗୁହାଳ ଯୋଗାଇଦେବା ପାଇଁ ଜିଲ୍ଲା ମନରେଗା କୋଡ଼ିନେଟର ଙ୍କୁ ଅନୁରୋଧ କରିଥିଲେ । ତେବେ ଖୁବ୍ ଶୀଘ୍ର ଏସବୁ ସମସ୍ୟାର ସମାଧାନ କରିବା ପାଇଁ ଶ୍ରୀଯୁକ୍ତ ମୁରଲି ଦେଓ ପ୍ରତିଶ୍ରୁତି ଦେଇଥିଲେ । ତେବେ ଉପସ୍ଥିତ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମାଝୀ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିବା ସହ ଶ୍ରମିକ ମାନଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା କରିଥିଲେ ।ଏହି ଅବସରରେ କୁଲିଆରୀ ଗାଈ ଗୋଠ ଠାରେ ବୃକ୍ଷରୋପଣ ହୋଇଥିବା ବେଳେ ସଭା କାର୍ଯ୍ୟକ୍ରମକୁ ସମାରୁ ସାହୁ ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।



