ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କେନ୍ଦୁମାଲ ଠାରେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷୋହଳ ପ୍ରହରୀ ନାମଯଜ୍ଞ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଗୁରୁବାର ଦିନ ଗାଁର ଶହଶହ ମହିଳା ଓ ପୁରୁଷ ଘଣ୍ଟ ବାଦ୍ୟ ସଂକୀର୍ତ୍ତନ ସହ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମର ଭଙ୍ଗା ବନ୍ଧରୁ କଳସ ଆଣି ମଣ୍ଡପରେ ସ୍ଥାପନ କରିଥିଲେ।ପରେ କେନ୍ଦୁମାଲ, କୁଲିଆରୀ,ଖୋଲାଗଡ, ଯୁବାଖୋଲ, କୁସମୁଦା, ସାନସାହାଜବାହାଲ, ବାନ୍ଦେନବାହାଲ,ଗିଧମାଲ,ପରମାନନ୍ଦପୁର,ତଥା ଆଖପାଖ ଅଞ୍ଚଳର ବଛା ବଛା ପୁରୁଷ ଓ ମହିଳା ସଂକୀର୍ତ୍ତନ ଦଳ ମାନଙ୍କ ଦ୍ୱାରା ମହମନ୍ତ୍ର ହରେକୃଷ୍ଣ ହରେରାମ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ସଂକୀର୍ତ୍ତନ ଦଳ ମାନଙ୍କ ଚିତ୍ତାକର୍ଷକ ଗୀତବାଦ୍ୟ ଓ ନୃତ୍ୟରେ ହଜାର ହଜାର ଦର୍ଶକ ଦିନରାତି ଝୁମି ଉଠି ଭଗବାନଙ୍କ ନାମରସ ପାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବ୍ଲକ ଅଧକ୍ଷ ପ୍ରଣୟ କୁମାର ସାହୁ, କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା,ସମାଜସେବୀ ସୁଶାନ୍ତ ପଣ୍ଡା ଯୋଗଦେଇଥିବା ବେଳେ ଦୁର୍ଯ୍ୟୋଧନ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ବାସନ୍ତୀ ସାହୁ କର୍ତ୍ତାଭାବରେ କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଭାବରେ ସଦାନନ୍ଦ ମିଶ୍ର ଓ ବିଘ୍ନରାଜ ନନ୍ଦ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଗ୍ରିଷ୍ମପ୍ରବାହକୁ ଆଖି ଆଗରେ ରଖି ଆକାଶ କୁମାର ଜ୍ୟୋତିଷ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିଥିଲେ। ତେବେ ହଜାର ହଜାର ଦର୍ଶକଙ୍କୁ ଶାନ୍ତିଶୃଙ୍ଖଳାର ସହ ବାନ୍ଧି ରଖିବାରେ ଗାଁର ଯୁବପିଢି ଲାଗିପଡିଥିବା ବେଳେ ସଭାପତି ତପନ ସାହୁ,ସମ୍ପାଦକ ସରୋଜ ଭଏସାଲ,ସହ ସମ୍ପାଦକ ପ୍ରିୟରଞ୍ଜନ ସାହୁ,କୋଷାଧ୍ୟକ୍ଷ ଧନଞ୍ଜୟ ସାହୁ,ଉପଦେଷ୍ଟା କମିଟି ସମାରୁ ସାହୁ,ନାଏବ ସରପଞ୍ଚ ଉପେନ୍ଦ୍ର ବିଭାର,ଉମାଶଙ୍କର ସାହୁ,ମହେନ୍ଦ୍ର ବରିହା,ପ୍ରଦୀପ ସାହୁ, ସତ୍ୟକୁମାର ସାହୁ,ଲୋକନାଥ ସାହୁ

ଏବଂ ଗ୍ରାମବାସୀ ଏଠାକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜଳ ଛତ୍ର ଓ ଅନ୍ନ ଛତ୍ର ର ବ୍ୟବସ୍ଥା କରି ସମସ୍ତ ସେବା ଯୋଗାଇବାରେ ନିଜକୁ ନିୟୋଜିତ କରିଥିଲେ । ପରେ ନବୀନ ସାହୁଙ୍କ ପରିଚାଳନାରେ ସମସ୍ତ କୀର୍ତ୍ତନ ଦଳକୁ ନେଇ ଏକ ସୁନ୍ଦର ବୈଠକି କୀର୍ତ୍ତନ ଅନୁଷ୍ଠିତ ହୋଇଥିବା ବେଳେ ଏଠାକାର ସୁବ୍ୟବସ୍ଥା ପାଇଁ ଆଖ ପାଖ ଅଞ୍ଚଳରୁ ଆସିଥିବା ସମସ୍ତ ଦର୍ଶକ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


