Saturday, April 19, 2025
spot_imgspot_imgspot_img
Homeରାଜନୀତିପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀରେ ସ୍ତ୍ରୀ ଙ୍କ ପାଇଁ ପ୍ରଚାର କଲେ ସ୍ଵାମୀ ସ୍ମୃତି ସୌରଭ।

ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀରେ ସ୍ତ୍ରୀ ଙ୍କ ପାଇଁ ପ୍ରଚାର କଲେ ସ୍ଵାମୀ ସ୍ମୃତି ସୌରଭ।

କେଛୋଦାଦର ଠାରେ ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ l

ପଦ୍ମପୁର – ପାଇକମାଲ ବ୍ଳକ୍ କେଛୋଦାଦରରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ମିଳନୀରେ ପାଇକମାଲ ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ,ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ରାଉତ, ଚିତ୍ତରଞ୍ଜନ ପ୍ରଧାନ, ପୂର୍ବତନ ସରପଞ୍ଚ ଧବଳେଶ୍ଵର ସାହୁ ପ୍ରମୁଖ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନରେ ବର୍ଷା ସିଂ ବରିହା ତଥା ଲୋକସଭା ପ୍ରାର୍ଥୀନୀ ପରିଣିତା ମିଶ୍ର ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ଆହ୍ଵାନ ଦେଇଥିଲେ lତେବେ ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ଥିଲେ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ ସ୍ଵାମୀ ସ୍ମୃତି ସୌରଭ ବଳିଆର ସିଂ l ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ପତ୍ନୀ ଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ l ସ୍ମୃତି ସୌରଭଙ୍କୁ ପାଖରେ ପାଇ ଦଳୀୟ କର୍ମୀ ମଧ୍ୟ ବେଶ୍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ପାଇକମାଲ ବ୍ଲକ ଯୁବ ବିଜେଡି ସଭାପତି ଗୌତମ ସିଂ ପରିଚାଳନା କରିଥିବା ବେଳେ ପଞ୍ଚାୟତ ର ସମସ୍ତ ଦଳୀୟ କର୍ମୀ ଙ୍କ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l

error: Content is protected !!