ପଦ୍ମପୁର-ରାଜବୋଡାସମ୍ବର କୃଷକ ସଙ୍ଗଠନ ପଦ୍ମପୁର ଜନ ଶୁଣାଣି ସମୟରେ ଚାରୋଟି ପ୍ରସ୍ତାବ ଦେଇଛନ୍ତି ଏବଂ ଏହି ପ୍ରସ୍ତାବ ପୂରଣ ନହେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ସଂଗଠନର ଲିଙ୍ଗରାଜ ପଧାନ, ବିଜୟ ସାହୁ, ମଧୁ ବିଶ୍ୱାଳଙ୍କ ସମେତ ଅନେକ ସଦସ୍ୟ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ରାଜବୋଡାସମ୍ବର କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ବିରୋଧରେ ଭିତ୍ତିହୀନ, ଯୁକ୍ତିହୀନ ପ୍ରମାଣ ବିହୀନ ଉଦେଶ୍ୟ ମୂଳକ ଭାବେ ଖଳ ଚରିତ୍ର ଚିତ୍ରଣ କରି କେଶ କରାଯାଇଛି।
ଜଣେ ସମାଜ ସେବୀ, ସମ୍ବିଧାନ ପ୍ରେମୀ, ସରଳ ଜୀବନ ଯାପନ କରୁଥିବା ବ୍ୟକ୍ତିକୁ କାହିଁକି ହଇରାଣ ଓ ଭୟଭୀତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଏବଂ ଉକ୍ତ କେଶ ନିସର୍ଥ ପ୍ରତ୍ୟାହାର କରିବା ପାଇଁ ଉଲ୍ଲେଖ କରିଛନ୍ତି। ଗତ ମିକ ଜୋମ ଜନିତ କ୍ଷୟକ୍ଷତି ଚାଷୀମାନେ ପାଇନାହାଁନ୍ତି ଯାହା ଜିଲ୍ଲାପାଳଙ୍କ ସହିତ ଅନେକ ଥର ଆଲୋଚନା ହୋଇ ରିଳାଏନ୍ସ କମ୍ପାନୀକୁ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ କମ୍ପାନୀ ଅଧିକାରୀ କିଛି କରୁନାହାଁନ୍ତି ।
ଯଦି କ୍ଷତିପୂରଣ ନଦେଇ ପୁଣି କ୍ରଫ କଟିଙ୍ଗ କରେ ତାହାହେଲେ ବିରୋଧ କରାଯିବ। ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଟାଟା ପାୱାର ସ୍ମାର୍ଟ ମିଟର ଜୋରଜବରଦସ୍ତି ନ ଲଗାଇବାକୁ ନିର୍ଦେଶ ଦେଇଥିଲେ ହେଲେ ପଦ୍ମପୁର ଅଞ୍ଚଳରେ ଗ୍ରାହକକୁ ନ ଜଣାଇ ସ୍ମାର୍ଟ ମିଟର ଲଗାଯାଇଛି ଏବଂ ସେହି ମିଟରରେ ଆଗ ତୁଳନାରେ ଅଧିକ ବିଲ ଆସୁଛି ଏଣୁ ଲାଗିଥିବା ସ୍ମାଟ ମିଟର ଖୋଲି ଅଣାଯାଉ। ନବଗଠିତ ରାଜ୍ୟ ସରକାର ନିର୍ବାଚନି ଇସ୍ତାହାର ରେ ଧାନ କ୍ୟୁଣ୍ଟାଲ ଏକତିରିଶ ଶହ, କଟନୀ ଛଟଣୀ ହେବ ନାହିଁ ଏବଂ ୪୮ ଘଣ୍ଟା ମଧ୍ୟରେ ଚାଷୀ ଖାତାକୁ ଟଙ୍କା ଆସିବ ବୋଲି ପ୍ରତିଶୃତି ଦେଇଥିଲେ।
ହେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହୁଛନ୍ତି ପ୍ରତେକ ମଣ୍ଡିରେ ଇଲେକ୍ଟ୍ରୋନିକ ଓଜନ ମାପ ମେସିନ ଲାଗିବ ଏବଂ ଅଟୋମେଟିକ ଗ୍ରାନ ଅନାଳାଇଜର ମେସିନ ଜରିଆରେ କ୍ୟାଲିଟି ଚେକ କରାଯିବ ତାହାହେଲେ ଧାନ କିଣାର ପନ୍ଦର ଦିନ ପୂର୍ବରୁ ଚାଷୀ ମାନଙ୍କୁ ପ୍ରତେକ ମଣ୍ଡିରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଉ ନ ହେଲେ ଧାନ କିଣା ସମୟରେ ଚାଷୀମାନେ ଅନେକ ହଇରାଣ ହରକତ ହେବେ ବୋଲି ସଂଗଠନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।