ବରପାଲି-ବରପାଲି ବ୍ଲକ କୁଶନପୂରୀ ପୁର୍ବତନ ଜିଲ୍ଲାପରିଷଦ ସଦସ୍ଯ ଚୁଡାମଣୀ ରାଏ ସ୍ବାସ୍ଥ୍ଯ ଜନିତ କାରଣରୁ ଦେହାନ୍ତ ହୋଇଯାଇଛି। ଶୁକ୍ରବାର ପୁର୍ବାହ୍ନ ସମୟରେ ଏହି ଦୁଖଃଦ ଘଟଣା ଘଟିଥିଲା। ଚୁଡ଼ାମଣି ବାବୁ ଜଣେ ସରଳ ଧର୍ମପ୍ରାଣ ସହ ବିଜୁ ପ୍ରେମି ଭାବରେ ବିଜେଡିର ବରିଷ୍ଠ ନେତା ଭାବରେ ଅଞ୍ଚଳରେ ଏକ ସ୍ବତନ୍ର୍ତତା ରହିଥିଲା।
ସେହିପରି କୁସନପୁରି ଗ୍ରାମର ଗୌନ୍ତିଆ ରହିଥିବା ସ୍ଥଳେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ବରଗଡ ଜିଲ୍ଲା ଆୟୋଜନ ସମିତି କୋଷାଧ୍ୟକ୍ଷ ଭାବରେ ବହୁ ଉନ୍ନତିମୂଳକ କାର୍ଯ୍ଯ ମାନ ନିର୍ବାହ କରିଛନ୍ତି। ତାଙ୍କର ବିୟୋଗ ସମାଚାର ଜଣାପଡିଲା ପରେ ବରପାଲି,ବରଗଡ ଅଞ୍ଚଳ ସହ ବିଭିନ୍ନ ଗ୍ରାମର ବହୁ ବନ୍ଧୁବାନ୍ଧବ ହିତୈଶି ମାନେ ତାଙ୍କ ବାସଭବନରେ ଜମା ହୋଇଥିଲେ।
ଗୋଣ୍ତୱାନା ସମାଜ ଜିଲ୍ଲା ଆୟୋଜନ ସମିତି ବରଗଡ ତରଫରୁ ସ୍ବର୍ଗତ ରାଏ ଙ୍କ ଅମର ଆତ୍ମା ର ସଦ ଗତି ନିମନ୍ତେ ଶ୍ରୀ ଶ୍ରୀ ବୁଢ଼ା ଦେଓ ଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି। ତାଙ୍କର ଅନ୍ତିମ ସମୟରେ ପରିବାର ଜନଙ୍କ ସହ ଗ୍ରାମବାସୀ ଏବଂ ବିଶିଷ୍ଠ ବ୍ଯକ୍ତି ମାନେ ଶେଷଦର୍ଶନ କରିଥିଲେ।