କଣ୍ଟାବାଞ୍ଜି- ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ କୁଶପାଳି ଗାଁ ର ନାବାଳକ ଦାଦନ ଶ୍ରମିକ କୁଶଧର ବହରିଆ ଙ୍କ ମୃତ ଶରୀର ଶନିବାର ଗାଁ କୁ ପହଞ୍ଚିବା ପରେ ଅଞ୍ଚଳ ରେ ଶୋକାକୁଳ ପରିବେଶ ଦେଖାଦେଇଛି। ଯେଉଁ ବୟସ ରେ ସେ ପାଠ ପଢି କଥା ସେହି ବୟସ ରେ ବାପା ଙ୍କ ମୃତ୍ଯୁ ପରେ ସେ ତାଙ୍କ ବିଧବା ମାନ ଓ ୩ ଭାଇଭଉଣୀଙ୍କ ପେଟ ରେ ଦାନା ଦେବା ପାଇଁ ରାଜ୍ଯ ବାହାର କୁ ଦାଦନ ଯାଇଥିଲେ ଆଜି ସେହି ନାବାଳକ ଶ୍ରମିକ ଙ୍କ ମୃତ ଶରୀର ଗାଁ ମାଟି ଫେରିଛି।
ସୂଚନା ଅନୁସାରେ ନାବାଳକ ଶ୍ରମିକ ଙ୍କ ଘର କୁ ଆସି ଡେବରିଆମୁଣ୍ଡା ଗାଁ ର ଦାଦନ ସର୍ଦ୍ଦାର ରଶିକ ବାଗ ଅଗ୍ରୀମ ଟଙ୍କା ଦେଇ ଇଟା ଭାଟି କାମ କରାଇବାକୁ ସାତ ଦିନ ତଳେ ନେଇଥିଲେ। ସେଠାରେ ନାବାଳକ ଶ୍ରମିକ ଙ୍କୁ ଇଟା ମାଲିକ ନିର୍ଯାତନା ଦେବା ଯୋଗୁଁ ନାବାଳକଙ୍କ ମୃତ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଖବର ପାଇବା ପରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ର ବରିଷ୍ଠ ବିଜେଡି ନେତା ଅଜୟ ଦାସ ଙ୍କ ନେତୃତ୍ବ ବିଜେଡି ଏକ ପ୍ରତିନିଧି ଦଳ ମୃତ କୁଶଧର ଙ୍କ ପରିବାର କୁ ସାକ୍ଷାତ କରି ତାଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।
ଯେଉଁ ଦାଦନ ସର୍ଦ୍ଦାର ନାବାଳକ କୁଶଧର ଙ୍କୁ ଦାଦନ ନେଇ ଥିଲେ ତାଙ୍କ ଲାଇସେନ୍ସ ଅଛି କି ସେ ଶ୍ରମିକ ବିଭାଗ ଦ୍ବାରା ପଞ୍ଜିକୃତ କରି ନେଇଛନ୍ତି ଜିଲ୍ଲା ପ୍ରଶାସନ ତାର ଯାଞ୍ଚ କରନ୍ତୁ ଓ ଦାଦନ ସର୍ଦ୍ଦାର ଙ୍କୁ ଶ୍ରୀଘ୍ର ଗିରଫ କରାଯାଉ ଏବଂ ରାଜ୍ଯ ସରକାର କୁଶଧର ଙ୍କ ପରିବାର କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରନ୍ତୁ ନଚେତ ଆଗାମୀ ଦିନ ରେ ଆମେ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ବରିଷ୍ଠ ବିଜେଡି ନେତା ଅଜୟ ଦାସ ଚେତାବନି ଦେଇଛନ୍ତି।