ପାଇକମାଲ-ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ନିକଟସ୍ଥ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ବିଶାଶହେ କୁଳ କୁଳିତା ସମାଜର ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ବଲାଙ୍ଗୀର ଜିଲ୍ଲାର ବେଳାର ସିଂ ଭୋଇ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଗୋପାଳ ପ୍ରଧାନ ଓ ରଥିଲାଲ ଗୁପ୍ତା ପରିଚାଳନା କରିଥିଲେ।କୁଳିତା ସମାଜ ପଦ୍ମପୁର କାର୍ଯ୍ୟକାରିଣୀ ସଭାପତି ଯୋଗେନ୍ଦ୍ର ଭୋଇ ଛତିଶଗଡ଼ ଓ ଓଡିଶାର ସମାଜ ଭାଇ ଭଉଣୀକୁ ସ୍ୱାଗତ କରିଥିଲେ । ଅନେକ ଆଲୋଚନା ହେବା ପରେ କୁଳିତା ସମାଜ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ନୃସିଂହନାଥରେ ମହାସଭା ଆୟୋଜନ କରାଯିବା ନେଇ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ହୋଇଥିଲା |
ଓଡିଶା ତଥା ଛତିଶଗଡ଼ ରୁ ବିଭିନ୍ନ ଜିଲା ରୁ ୨୧ ଜଣିଆ କମିଟି ଗଠନ କରା ଯାଇଥିଲା |ଏହି କମିଟି ମହାସଭାର ରୂପରେଖ ପ୍ରସ୍ତୁତ କରିବେ |ସମାଜର ବିଶିଷ୍ଠ ପଦାଧିକାରୀ ସରୋଜ ସାହୁ, ହରିଚରଣ ପ୍ରଧାନ, ଗିରିଧାରୀ ସାହୁ, ସୁବର୍ଧନ ପ୍ରଧାନ, ଦିବାକର ପ୍ରଧାନ, ବାସୁଦେବ ପ୍ରଧାନ, କେଶବ ଭୋଇ, ସୁରେଶ ପ୍ରଧାନ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତ ଦେଇଥିଲେ |ପାଇକମାଳ ବ୍ଲକର ଯୁବକ ଯୁବତୀମାନେ ସହଯୋଗ କରିଥିଲେ।