Monday, April 14, 2025
spot_imgspot_imgspot_img
Homeରାଜ୍ୟକୁଲୁଣ୍ଡା ଧାନବିକ୍ରୟ କେନ୍ଦ୍ରର ଶୁଭାରମ୍ଭ ।

କୁଲୁଣ୍ଡା ଧାନବିକ୍ରୟ କେନ୍ଦ୍ରର ଶୁଭାରମ୍ଭ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ କୁଲୁଣ୍ଡା ଧାନବିକ୍ରୟ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି । ଅତାବିରା ତହସିଲଦାର କେ ରିଚି କୁମାର,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା,ଓଡିଶା ରାଜ୍ୟ କୃଷକ ସଂଘଠନର ସଭାପତି ବୀରେନ୍ଦ୍ର କର , କୁଲୁଣ୍ଡା ପଂଚାୟତର ପୂର୍ବତନ ସରପଞ୍ଚ କୁଳମଣି ପଧାନ,

ସାଂସଦ ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ,ଧାନମଣ୍ଡି କମିଟିର ସଭାପତି ନାରାୟଣ ପଧାନ,ମଣ୍ଡି ନୋଡାଲ ଅଫିସର ଆନନ୍ଦ ଲାଲ ନାଏକ,ଭିଏଡବ୍ଲୁ ପ୍ରତମା ସିଂ,ମାର୍କେଟ ଇନଚାର୍ଜ କିଶୋର ସେଟ ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନ କରିଥିଲେ ଭରତ ପ୍ରଧାନ ।

ମଣ୍ଡିକୁ ପ୍ରଥମ କରି ଧାନ ଆଣିଥିବା ଚାଷୀ ସାବା ଶ୍ରୀନିବାସ,ଡି ଭେଂକଟକୁ ପୁଷ୍ଫଗୁଛ ଉତ୍ତରୀୟ ଦେଇ ତହସିଲଦାର ସମ୍ମାନୀତ କରିଥିଲେ । ଧାନବିକ୍ରୀରେ ଟୋକନ ସମସ୍ୟା ଦେଖାଯାଉଥିବା ଓଡିଶା ରାଜ୍ୟ କୃଷକ ସଂଘଠନର ସଭାପତି ବୀରେନ୍ଦ୍ର କର ଜଣାଇଥିଲେ ।

ଦିଲ୍ଲିପ ସାହୁ,ଲଖ୍ମିବିଲାସ ପଧାନ,ସଂଜିବ ସାହୁ,ଉମେଶ ପଧାନ,ଲୋକେଶ୍ବର ପଧାନ,ରତ୍ନା ସାହୁ,ଉତ୍ତର ପଧାନ,ପଣ୍ଡିତ ଦିଲ୍ଲିପ ରଥ ଓ କୁଲୁଣ୍ଡା ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

error: Content is protected !!