Saturday, March 7, 2026
Homeରାଜ୍ୟକୁର୍ଲି ଗାଁରେ ବେଆଇନ ମଦ ବିକ୍ରିକୁ ବିରୋଧ କଳେ ମହିଳା।

କୁର୍ଲି ଗାଁରେ ବେଆଇନ ମଦ ବିକ୍ରିକୁ ବିରୋଧ କଳେ ମହିଳା।

ତୁରେକେଲା – କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁର୍ଲି ଗାଁ ଦିର୍ଘ ବର୍ଷ ହେଲା ଦେଶୀ ଓ ଦେଶୀ ମଦ ଖୋଲମଖୋଲା ବିକ୍ରି ହେଉଛି। ଯାହାଫଳ ଅନେକ ସମୟରେ ଗଣ୍ଡଗୋଳ ପରିସ୍ଥତି ଦେଖାଦେଉଛି । ସେଥି ପାଇଁ ଗାଁରେ ମଦ ବିକ୍ରି ବନ୍ଦ ଦାବୀ କରୁଛନ୍ତି ଗାଁର ମହିଳା । ବୁଧବାର ଅପରାହ୍ନ କୁର୍ଲି ଗାଁ ମହିଳା ଓ ବୁଦ୍ଧିଜୀବୀଙ୍କ ମଧ୍ଯରେ ଏକ ବୈଠକ କରି ନିଷ୍ପତି ନିଆଯାଇଛି ଯେ ଆସନ୍ତା ୯ ତାରିଖରୁ କୌଣସି ବ୍ୟକ୍ତି ଗାଁରେ ଦେଶୀ କିମ୍ବା ବିଦେଶୀ ମଦ ବିକ୍ରି କରି ପାରିବ ନାହିଁ ଏହି ବୈଠକର ନିଷ୍ପତିକୁ ଉଲଙ୍ଘନ କରି ମଦ ବିକ୍ରି ତେବେ ତା ବିରୋଧ ଆଇନଗତ ପଦକ୍ଷେପ ନେବାକୁ ଦାବୀ କରିବୁ ।

ଆସନ୍ତା ୯ ତାରିଖ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ କୁର୍ଲି ଗାଁରେ ମଦ ବିକ୍ରି ବିଷୟକୁ ନେଇ ଏକ ଦାବିପତ୍ର ମହିଳା ମାନେ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ତେବେ ଦିର୍ଘ ବର୍ଷ ଧରି ରାଜ୍ଯ ରାଜପଥ ୪୨ କଡରେ ଥିବା ଗାଁରେ ବେଆଇନ ମଦ ବିକ୍ରି ହେଉଥିବା ବେଳେ ପ୍ରଶାସନ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେବେ ଆଗକୁ ଏହି ମଦ କାରବାର ବନ୍ଦ ହେବା ପୁଣି ଚାଲିବ ତାହା ଦେଖିବାକୁ ରହିଲା।

error: Content is protected !!