ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କଂସର ପଞ୍ଚାୟତ କୂଡାସିଂହା ଗ୍ରାମରେ ଆଜି ଷୋହଳ ପ୍ରହରୀ ନାମଯଜ୍ଞର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି କଳସ ଯାତ୍ରାରେ ଗାଁର ପୁରୁଷ ମହିଳା ମିଶି ଗାଁ ପୋଖରୀ ରୁ ପାଣି ଆଣି ଶଙ୍ଖ, ଘଣ୍ଟ, ବଯାଇ ପୂଜା ମଣ୍ଡପ ରେ କଳସ ସ୍ଥାପନ କରିଥିଲେ l ଫାଲ୍ଗୁନୀ ମେହେର ଓ ଜେମା ମେହେର ପୂଜାକର୍ତ୍ତା ଭାବରେ କାର୍ଯ୍ୟ ତୁଲାଇଛନ୍ତି l
ଏହି ଅବସରରେ ଭଗବାନଙ୍କ କୃପା ଲାଭ ପାଇଁ କଂସର ପଞ୍ଚାୟତର ସରପଞ୍ଚ ଆନନ୍ଦ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସବିତା ବେହେରା ଯୋଗଦାନ କରିଥିଲେ l ଗାଁ ନାୟକ ସରପଞ୍ଚ ଦିନବନ୍ଧୁ ବରିହା, ଲିଙ୍ଗ ରାଜ ମେହେର, ବାଳ କୃଷ୍ଣ ବରିହା, ବଲ୍ଲଭ ମେହେର, ରଥ ପଟେଲ,ଗନ୍ତିଆ ସୁରୁ ବରିହା ଙ୍କ ନେତୃତ୍ୱ ରେ ନାମଯଜ୍ଞ ହେଉଛି l ପଣ୍ଡିତ ସୁବ୍ରତ ମିଶ୍ରଙ୍କ ଦ୍ଵାରା ପୂଜା କାର୍ଯ୍ୟ କାରାଯାଇଛି l