Saturday, March 7, 2026
Homeରାଜ୍ୟକୁଚିଣ୍ଡା ଗଣଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ନ୍ୟାୟ ସହ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା...

କୁଚିଣ୍ଡା ଗଣଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ନ୍ୟାୟ ସହ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା କୁଚିଣ୍ଡା ବିଜେଡି ।

କୁଚିଣ୍ଡା(ତପନ ଦାଶ)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚମୁଖୀ ଛକ ଠାରେ କରମା ପୂଜା ଚାଲିଥିବା ବେଳେ, ବିଳମ୍ବିତ ରାତିରେ ଜଣେ ଦଳିତ ନାବାଳିକା ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିବା ଏସପିଙ୍କ ଠାରେ ଅଭିଯୋଗ ହେବା ପରେ, ରାଜନୀତି ସରଗରମ ହୋଇଛି। ଘଟଣାକୁ ନେଇ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ଦୋଷୀକୁ ଗିରଫ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

ପରେ ଦଳ ପକ୍ଷରୁ ଏକ ଫେକ୍ଟ ଫାଇଣ୍ଡିଙ୍ଗ ଟିମ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ପିଡୀତାଙ୍କୁ ଭେଟିଥିଲେ। ମାମଲାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପାଖ ଲୋକଙ୍କ ସମ୍ପୃକ୍ତି ନେଇ ନୈତିକତା ଦୃଷ୍ଟିରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଆଜି ପୁଣି କୁଚିଣ୍ଡା ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ କର୍ମୀ ଏକ ଶୋଭାଯାତ୍ରାରେ ଟାଉନ ହଲ ଠାରୁ ବାହାରି ପୁରୁଣା ବସଷ୍ଟାଣ୍ଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କ କୁଶପତ୍ତଳିକା ଦାହ କରିଥିଲେ।

ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି, ପିଡୀତା ନାବାଳିକା କୁ ସହାୟତା ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ବିଜେଡି ନେତା ସଞ୍ଜିତ କୁମାର ମହାନ୍ତି, ଜିଲ୍ଲା ପରିଷଦ ସଭାନେତ୍ରୀ କୁମୁଦିନୀ ନାଏକ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ଜମନକିରା ବ୍ଲକ ଅଧକ୍ଷା ଆଶ୍ରିତ ଭୋଇ. ଏନଏସି ଅଧକ୍ଷ ପ୍ରଦ୍ୟୁତ କୁମାର ମହାନ୍ତି, ଏନଏସି ସଭାପତି ନବୀନ ହୋତା, ସଞ୍ଜୟ ବେହେରା, ସମେତ ବହୁ ମହିଳା ପୁରୁଷ କର୍ମୀ ଉପସ୍ଥିତ ଥିଲେ।

error: Content is protected !!