କୁଚିଣ୍ଡା(ତପନ ଦାଶ)- କୁଚିଣ୍ଡା ମହାବିଦ୍ୟାଳୟ ପରିସରସ୍ଥ ପ୍ରେକ୍ଷାଳୟରେ ମେଧା ସମ୍ବର୍ଦ୍ଧନା- ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଅଭିଯାନର ୨୧ବର୍ଷ ପୂର୍ତି ପାଳନ ଅବସରରେ ଅନୁଷ୍ଠିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ପଞ୍ଚାୟତ, ଗ୍ରାମ୍ୟଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପଛୁଆ ଅଂଚଳରେ ଏପରି ପ୍ରତିଭା ଚୟନ ଓ ପ୍ରୋତ୍ସାହନ ପରି ମହତ କାର୍ଯ୍ୟ ଆଗାମୀ ଯୁବପିଢି ପାଇଁ ଏକ ପ୍ରେରଣା । ଏଥିରେ ଅଧିକରୁ ଅଧିକ ଅନୁଭବୀ ବକ୍ତି ଯୋଡି ହେଲେ ରାଜ୍ୟ ତଥା ଦେଶରେ ପ୍ରକୃତ ପ୍ରତିଭା ପୂଜାର ପରାମ୍ପରା ସୃଷ୍ଟି ହେବ ଏବଂ ଦକ୍ଷ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ । ଏପରି ଉପାଦେୟ ଯୋଜନା ଯୁବପିଢି ଓ ପଛୁଆ ବର୍ଗ ବିଶେଷ ଭାବେ ଅଧିକ ଲାଭବାନ ହୋଇ ନିଜ ଭବିଷ୍ୟତକୁ ସୁଦୃଢ କରି ପାରିବେ ବୋଲି ଆଶା ପୋଷଣ କରିଥିଲେ ।
ଉତ୍ସବରେ କୁଚିଣ୍ଡା ଉପଖଣ୍ଡରେ ମ୍ୟାଟ୍ରିକ ଓ +୨ରେ କୃତୀତ୍ୱ ହାସଲ କରିଥିବା ୪୯ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟରେ ବ୍ୟାଡ ମିଂଟନ କ୍ଷେତ୍ରରେ ୧୭ବର୍ଷରୁ ତଳ ବିଭାଗରେ ସୁନାମ ଅର୍ଜନ କରିଥିବା ରାଜ୍ୟ ଚମ୍ପିୟନ ଖେଳାଳୀ ଜୟକୃଷ୍ଣ ଗର୍ଡିଆ, ଏବଂ କନିଷ୍ଟ କଳାକାର ଭାବେ ଇଣ୍ଡିଆ ଅଫ ବୁକ ରେକର୍ଡରେ ସ୍ଥାନିତ ହୋଇଥିବା ଆଶିର୍ବାଦ ମହାନ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସୁବୋଧ ନାଏକ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରତି ଛାତ୍ରର ପ୍ରତିଟି ସମୟ ମୂଲ୍ୟବାନ ହୋଇଥିବାରୁ ସର୍ବଦା ସମୟର ଉପଯୋଗ ଓ ନିଷ୍ଠାର ସହ ଶିକ୍ଷା ଗ୍ରହଣ ବା ନିଜ ଦାୟିତ୍ୱ ନିର୍ବାହ କରି ସଫଳ ବ୍ୟକ୍ତିତ୍ୱ ଗଠନ କରିବାକୁ ଆହ୍ୱାନ କରିଥିଲେ ।
ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସାନ୍ତନୁ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଚଳଚିତ୍ର ସମ୍ପାଦକ ଓ ଗବେଷକ ଡ. ଦିଲିପ ପାଣି, ଅବସରପ୍ରାପ୍ତ କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷ ମେଜର ବସନ୍ତ ପଟେଲ , ଅଧ୍ୟାପିକା ସୁଭଦ୍ରା ଦାସ, ଡା. ସତ୍ୟପ୍ରକାଶ ଦୋରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଅଭିଯାନକୁ ପ୍ରଧାନ ଶିକ୍ଷକ ସୁର୍ଦଶନ ପାଣି ସଂଯୋଜନା କରିଥିଲେ ,ଅଧ୍ୟାପକ ସତ୍ୟନାରାୟଣ ପଟେଲ ସ୍ୱଗତ ବକ୍ତବ୍ୟ ଦେଇଥିଲେ । ଆଲମୂନୀ ସଭାପତି ପ୍ରଫୁଲ୍ଲ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଭିଯାନର ସଂଯୋଜକ ରମେଶ କିସାନ ବାର୍ଷିକ ବିବରଣୀ ପାଠ କରିଥିଲେ, ଆବାହକ ପ୍ରଭାତ ବେହେରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରମୋଦ ଚୌଧୂରୀ ,ଅଧ୍ୟାପକ ଦେବେନ୍ଦ୍ର ନାଏକ, ପ୍ରକୃତି ବନ୍ଧୁ ସୁଗତ ପଟେଲ, ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ସଭା ଶେଷରେ ବରିଷ୍ଟ ସଦସ୍ୟ ମହମଦ ମୃତୁଜା ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରାରମ୍ଭରେ ସ୍ୱସ୍ତିକା ସମୃଦ୍ଧି ପଣ୍ଡା, ଓମ ଚାନ୍ଦିନୀ ପଟେଲ ନୃତ୍ୟ ପରିବେଷଣ କରିଥିଲେ । ଉତ୍ସବରେ କାର୍ଯ୍ୟକ୍ରମକୁ ପୃଷ୍ଠପୋଷକତା ଦେଇଥିବା ଓସିଏ କମ୍ପ୍ୟୁଟର ଅଧ୍ୟକ୍ଷ ସରୋଜ ବାରିକଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା । ଏଥିରେ ପୂର୍ବତନ ଅଧ୍ୟକ୍ଷ ସୁବାଷ ନାଏକ , ପ୍ରଧାନ ଶିକ୍ଷକ ରତନଲାଲ ସିଂ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବରିଷ୍ଟ ସାମାଜିକ କର୍ମି ହିଂମାଶୁ ଜେନା, ଅଧ୍ୟାପକ ଦିଲିପ ନନ୍ଦ, ଅଧ୍ୟାପିକା ସଂଜୁଶ୍ରୀ ସାହୁ, ଆଲମୂନୀ ସଂପାଦକ ପୂର୍ଣ୍ଣେନ୍ଦୁ ମହାନ୍ତି, ବରିଷ୍ଟ ସଦସ୍ୟ ରମାକାନ୍ତ ମହାକୁଳ, ଅତୁଲ ଅଗ୍ରୱାଲା, ରାଜେଶ ଅଗ୍ରୱାଲା, ରାଜେଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ l