Sunday, November 24, 2024
spot_imgspot_imgspot_img
Homeରାଜ୍ୟକୁଚିଣ୍ଡାରେ କାଳିଠୁ ସ୍ଵାଭାବିକ ହେବ ଘରୋଇ ଚଳାଚଳ।

କୁଚିଣ୍ଡାରେ କାଳିଠୁ ସ୍ଵାଭାବିକ ହେବ ଘରୋଇ ଚଳାଚଳ।

କୁଚିଣ୍ଡା(ତପନ ଦାଶ)-ଘରୋଇ ବସ ଚଳାଚଳ କୁ ନେଇ କୁଚିଣ୍ଡା – ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଏଏସଆଇ ଙ୍କ ହସ୍ତକ୍ଷେପ କୁ ବିରୋଧ କରି ଗୁରୁବାର ସକାଳ ସାଢେ଼ ୫ଟାରୁ କୁଚିଣ୍ଡା ଘରୋଇ ବସ ଚଳାଚଳ କୁ ବନ୍ଦ କରଯାଇଥିଲା ହେଲେ, ପ୍ରଶାସନ ର ହସ୍ତକ୍ଷେପ ପରେ ଅପରାହ୍ନ ୫ ଟାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ତ୍ରୀପାଠୀକ ବୈଠକ ହୋଇ ଆପୋଷ ସମାଧାନ କରାଯାଇ ବସ ସେବା ସ୍ବାଭାବିକ ହୋଇଛି।

ସକାଳୁ କୁଚିଣ୍ଡା ଠାରୁ ଘରୋଇ ବସ ଚଳାଚଳ ବନ୍ଦ ହେବା ଦ୍ବାରା, କୁଚିଣ୍ଡା- ଝାରସୁଗୁଡା, କୁଚିଣ୍ଡା- ସମ୍ବଲପୁର, କୁଚିଣ୍ଡା- ଦେବଗଡ଼ ଓ କୁଚିଣ୍ଡା- ସୁନ୍ଦରଗଡ ଏବଂ କୁଚିଣ୍ଡା- ରାଉରକେଲା ଯାତାୟାତ ପ୍ରଭାବିତ ହୋଇଥିଲା। ଯାତ୍ରୀ ମଧ୍ୟ ହଇରାଣ ହୋଇଥିଲେ। ଆଜିର ବୈଠକରେ କୁଚିଣ୍ଡା ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା, ଝାରସୁଗୁଡା ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତା, ଏସଡିପିଓ, ସମ୍ବଲପୁର ଆରଟିଓ, ଏବଂ ଉପଜିଲ୍ଲାପାଳ ଉପସ୍ଥିତ ଥିଲେ।

error: Content is protected !!