Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକୁକେତିରା କଲ୍ୟାଣ ମଣ୍ଡପରେ ଯାଦବ ସମାଜର ବ୍ଲକସ୍ତରୀୟ ସଭା ଅନୁଷ୍ଠିତ।

କୁକେତିରା କଲ୍ୟାଣ ମଣ୍ଡପରେ ଯାଦବ ସମାଜର ବ୍ଲକସ୍ତରୀୟ ସଭା ଅନୁଷ୍ଠିତ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ ଅମଲିପାଲୀ ପଂଚାୟତ କୁକେତିରା କଲ୍ୟାଣ ମଣ୍ଡପ ଠାରେ ଯୁଧିଷ୍ଠିର ଭୋଇଙ୍କ ସଭାପତିତ୍ବରେ ଯାଦବ ସମାଜର ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମାଁ ସମଲେଇକୁ ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା |

ଏହି ସଭାରେ ବ୍ଲକ ଯାଦବ ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ସାଲମା,ସମ୍ପାଦକ ସୁରେନ୍ଦ୍ର କଠାର,ମହନ କଠାର,ବିରଞ୍ଚି ଭୋଇ,ଦେବଦତ୍ତ ତାଣ୍ଡି,ପ୍ରଶାନ୍ତ ବନଛୁର,ମାଳିକ ମହାକୁର,ଶ୍ରୀପତି ପୋଢ,ସନ୍ୟାସି ଠେଲା,ପ୍ରମୋଦ କଠାର,ଚମାର ଭୋଇ,ଅର୍ଜ୍ବୁନ ଭୋଇ ,ଛାଲ ବନଛୁର,ରିଲୁ ଭୋଇ ପ୍ରମୁଖ ଯୋଗଦେଇ

ଯାଦବ ସମାଜର ସାମାଜିକ ,ଅର୍ଥନୈତିକ,ଶିକ୍ଷା ଦିଗପ୍ରତି ଆଲୋଚନା ହେବା ସହ ଯାଦବ ସମାଜର ବିଭିନ୍ନ ସମସ୍ୟାର ସମାଧାନ କରାଯାଇଥିଲା । ଅତାବିରା ବ୍ଲକରେ ରାଧାକୃଷ୍ଣ ମନ୍ଦିରଟିଏ ନିର୍ମାଣ କରିବା ପାଇଁ ନିଷ୍ଫତ୍ତି ନିଆଯାଇଥିଲା ।ଯାଦବ ସମାଜର ଉତ୍ପତି ସମ୍ପର୍କରେ ପାଲା ଗାୟକ ଯୁଧିଷ୍ଠିର ଭୋଇ ଆଲୋକପାତ କରିଥିଲେ । ସଭା ଶେଷରେ ବଲରାମ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!