Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକାର୍ତ୍ତିକ ଚତୁର୍ଦ୍ଦଶୀ ଉପଲକ୍ଷେ ଭକ୍ତିମୟ ପରିବେଶରେ ବିଜୟ ନଗର ।

କାର୍ତ୍ତିକ ଚତୁର୍ଦ୍ଦଶୀ ଉପଲକ୍ଷେ ଭକ୍ତିମୟ ପରିବେଶରେ ବିଜୟ ନଗର ।

ପଦ୍ମପୁର-ଭାବ ଓ ଭକ୍ତିମୟ ପରିବେଶରେ ପଦ୍ମପୁର ବିଜୟ ନଗର ହୋଇ ଉଠିଛି ଉତ୍ସବ ମୁଖର। ପଦ୍ମପୁର, ବିଜୟନଗର ପଡା ବାସିନ୍ଦା, ଶଙ୍ଖ,ଘଣ୍ଟ, ବାଦ୍ୟ,ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀଙ୍କଙ୍କ ମନ୍ତ୍ର ଉଚ୍ଚାରଣ ସହ ସଂକୀର୍ତନ୍ୟ ଦଳର ତାଳେ ତାଳେ ସୋମବାର ସନ୍ଧ୍ୟାରେ ବଡ଼ବନ୍ଧରୁ ଶୋଭାଯାତ୍ରାରେ କଲସ ଆଣି ସ୍ଥାପନ କରିଥିଲେ । ମଙ୍ଗଳବାର ସକାଳେ ପୂଜାରମ୍ଭ,ଆଳତୀ,ପୁଷ୍ପାଞ୍ଜଳି ଯଥାବିଧି ସମ୍ପାଦିତ ହୋଇଥିଲା । ଗାନ୍ଧୀ ସାହୁ ଓ ତାଙ୍କ ଧର୍ମପତ୍ନୀ କଲ୍ୟାଣୀ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଲେ ପାରାୟଣ ଗାୟିକା ଶ୍ରୀମତୀ ବୈଷ୍ଣବି ମେହେର (ମିନା) ସର୍କଟ ପାଲି (ଭେଉରିଆ)ଙ୍କ ସୁନ୍ଦରାକାଣ୍ଡର ପାରାୟଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପାଇଁ ମାଧ୍ୟାନ୍ନ ସମୟରେ ଅନ୍ନ ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟାରେ ପୂଜା ବିସର୍ଜନ ତଥା କଳସୀ ବିସର୍ଜନ ସମାପନ ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ କାର୍ଯ୍ୟକ୍ରମ ହେଉଥିବାରୁ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ କମିଟିର କୋଷାଧକ୍ଷ୍ୟ ତଥା ସଂଯୋଜକ ହରିବୋଲ ସାହୁଙ୍କୁ ହୁଳହୁଳି ଓ ହରିବୋଲ ଧ୍ୱନିରେ ସମ୍ମାନୀତ କରିଥିଲେ ।

ସଭାପତି ବିରଞ୍ଚି ପାଣିଗ୍ରାହୀ,ସମ୍ପାଦକ ଆଦିତ୍ୟ ରଥ, ସହ ସମ୍ପାଦକ ସୌର ରଥ, ପରିଚାଲନା ସଦସ୍ୟ ସଂକୀର୍ତନ୍ୟ ସାହୁ, ବିମଲ ସାହୁ,ହିମାଂଶୁ ଯୋଶୀ,ନିର୍ମଳ ସାହୁ, ସୁବାଷ ମେହେର, ହିମାଂଶୁ ତ୍ରିପାଠୀ,ସୁଦାମ ବେହେରା,ସତ୍ୟବାଦି ବେହେରା, ବିବେକାନନ୍ଦ ଶତପଥୀ, ବୃନ୍ଦାବନ ସାହୁ, ଚତୁର୍ଭୁଜ ପଧାନ,ଅନିଲ ମେହେର, ଅଶୋକ ମିଶ୍ର,ଜୋଥା ଚୌହାନ,ଗୌରଚନ୍ଦ୍ର ମେହେର ଓ ବିଜୟନଗର ପଡାବାସି ସହଯୋଗ କରିଥିଲେ । ଶେଷରେ ଉପସଭାପତି ସୁରେନ୍ଦ୍ର କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!