Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକଳି ଯୁଗର ଶ୍ରବଣ କୁମାର, ଶିବଲିଙ୍ଗ ବଦଳରେ ମାଁ ବାପାଙ୍କ ଉପରେ ୪୦ ଲିଟର ପାଣି...

କଳି ଯୁଗର ଶ୍ରବଣ କୁମାର, ଶିବଲିଙ୍ଗ ବଦଳରେ ମାଁ ବାପାଙ୍କ ଉପରେ ୪୦ ଲିଟର ପାଣି ଡାଲି କଲେ ପୂଜାର୍ଚ୍ଚନା ।

ନୁଆପଡା(ଡୋଲେଶ୍ଵର ବାଗ)- ଶ୍ରାବଣ ମାସର ପ୍ରଥମ ସୋମବାର ରେ ସମସ୍ତ ଶିବାଳୟ ରେ କାଉଡ଼ିଆଙ୍କ ଭିଡ଼ , ସମସ୍ତଙ୍କ ମନ ରେ ଥାଏ ଶ୍ରାବଣ ମାସରେ ବୋଲବମ ଯାତ୍ରା, ମନୋସ୍କାମନା ଶିବଲିଙ୍ଗ ରେ ପାଣି ଢ଼ାଳିଲେ ମନସ୍କାମନା ପୂର୍ଣ୍ଣ ହେବା ଦୃଢ଼ ବିଶ୍ବାସ ରହିଅଛି। ନୂଆପଡା ଜିଲ୍ଲା ରେ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ସିନାପାଲି ବ୍ଲକ ଲିଟିଗୁଡା ଗ୍ରାମର ଲିଙ୍ଗରାଜ ମାଝି ଜନ୍ମ ଦାତ୍ରି ମାଁ ପାଳନ କର୍ତ୍ତା ବାପାଙ୍କୁ ସର୍ବାଗ୍ରେ ପୂଜା କରିବା ସ୍ବପ୍ନ ଦେଖିଥିଲା ଆଜି ତାହା ପୂର୍ଣ୍ଣ ହେବା ଆଶା ରେ ବିଭୋର ହୋଇଅଛି।

୫ ଦିନ ତଳେ ବୋଲ ବମ୍ ରେ ନିଜ ସାଙ୍ଗ ସହିତ ବାହାରି ବୋଡ଼େନ ବ୍ଲକ ର ପାତାଳଗଙ୍ଗା ରୁ ପାଣି ଉଠାଇ ୪୨ ଲିଟର ପାଣି ବୋହି ନିଜ ଗାଁ ସିନାପାଲି ବ୍ଲକ ର ଲିଟିଗୁଡା କୁ ଦୀର୍ଘ ୫୦ କିଲୋମିଟର ପାଦ ରେ ଚାଲି ଚାଲି ଆସିଥିଲେ। ସିନାପାଲି ବ୍ଲକ ର ଚଳନା ଶିବ ମନ୍ଧିର ରେ ୩ଦିନ ରହି ଆଜି ପ୍ରଥମ ଭଗବାନ ବାପା ମା ଙ୍କ ଉପରେ ୪୦ ଲିଟର ପାଣି ଡାଲିବା ପରେ ଶିବାଲିଙ୍ଗ ରେ ୨ ଲିଟର ପାଣି ଡାଲି ଛନ୍ତି।ନିଜ ଖୁସି ଶହ ନିଜ ମା ବାପାଙ୍କ ଖୁସି ପାଇଁ ମନସ୍କାମନା ପୂର୍ଣ୍ଣ କରିଛନ୍ତି ବୋଲି ଯୁବକ ପ୍ରକାଶ କରିଛନ୍ତି

error: Content is protected !!