Saturday, March 7, 2026
Homeଖେଳକଳାହାଣ୍ଡି ଉତ୍ସବ ଅବସରରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା ।

କଳାହାଣ୍ଡି ଉତ୍ସବ ଅବସରରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା ।

ଧର୍ମଗଡ-କଳାହାଣ୍ଡି ଉତ୍ସବ ଅବସରରେ ପୁରୁଷ ଓ ମହିଳା ମାନଙ୍କ ଦୃତ ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଧର୍ମଗଡ ବ୍ଲକ ବେହେରା ପଡିଆରୁ ଧର୍ମଗଡ କଳାହାଣ୍ଡି ଉତ୍ସବ ପଡିଆ ପର୍ଯ୍ୟନ୍ତ ଦୀର୍ଘ ୨୦ କିମି ରାସ୍ତା ଉପରେ ପୁରୁଷ ମାନଙ୍କ ଦୃତ ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା । ଉତ୍ସବ କମିଟି ଅଧ୍ୟକ୍ଷ ତଥା ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରି ଥିଲେ ।

ସମ୍ମାନିତ ଅତିଥି ଭାବେ, ଡ. ମୋନିକା ପରଶିରା, ଅର୍ଥ କମିଟି ଉପାଧ୍ୟକ୍ଷ ଇଙ୍ଗିତ ପଣ୍ଡା, କ୍ରୀଡା କମିଟି ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ,ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା, ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା, ମହାବିଦ୍ୟାଳୟ ଅଧକ୍ଷ ନିର୍ମଳ ନାଏକ, ତେଣ୍ଡା ପାଲି ସରପଞ୍ଚ ଗୌଲୋଚନ ଗୋପାଲ, ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଆ, ପାର୍ଲା ସରପଞ୍ଚ ବ୍ରିଜ ଲାଲ ନାଏକ, କ୍ଷିରୋଦ ବାଗ, ଲକ୍ଷ୍ମୀକାନ୍ତ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୁଷ ସାଇକେଲ ଚାଳନା ପ୍ରତିଯୋଗିତା ରେ ଜୁନାଗଡ ବ୍ଲକ ଖଲିଆ ପାଲି ଗ୍ରାମ ର କୃପାସିନ୍ଧୁ ଖରସେଲ ,ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିର୍ଜା ପୁର ଗ୍ରାମ ର କବିଧାନନ୍ଦ ସୁନାନୀ ଓ ରମେଶ ନାଗ ଯଥା କ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଥିଲେ । ସେହି ପରି ମହିଳା ମାନଙ୍କ ର ଦୃତ ସାଇକେଲ ଚାଳନା ପ୍ରତିଯୋଗିତା ପର୍ଲା ହଇସ୍କୁଲ ପଡ଼ିଆ ଠାରୁ ଉତ୍ସବ ପଡିଆ ପର୍ଯ୍ୟନ୍ତ ୧୨ କିମି ରାସ୍ତା ଉପରେ ଅନୁଷ୍ଠିତ ହୋଇ ଥିଲା ।

ଏଥିରେ ପର୍ଲା ହାଇସ୍କୁଲ ର ଛାତ୍ରୀ ସଂଯୁକ୍ତା ଗୋପାଲ ପ୍ରଥମ, ବୃନ୍ଦାବତୀ ଗୋପାଲ ଦ୍ଵିତୀୟ ଓ ବଡ଼ ବସୁଲର ଯୁଗମଣି ଶବର ତୃତୀୟ ସ୍ଥାନ ଅଧିକାର କରିଥିଲେ । କ୍ରୀଡା କମିଟି ର ଅଭୟ ବାଗ, ଶ୍ରବଣ କୁମାର ଜାଲ, ସନ୍ତୋଷ କୁମାର ନାୟକ, ଅମିତ୍ ମୁଣ୍ଡ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ରେ ସହାୟତା କରି ଥିଲେ ।

error: Content is protected !!