ଅତାବିରା(ସୁରେନ୍ଦ୍ର କଠାର)– ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର କଳାପାଣି ଠାରେ ବନ ମହୋତ୍ସବ ପାଳନ ଅବସରରେ ମା’ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଶିକ୍ଷା କେନ୍ଦ୍ରର ସଭାପତି ଶୁଶିଲ କୁମାର ଦାଶ ଭଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଡା.ମନୋରଞ୍ଜନ ହୋତା,(,ସି ଏଚ୍.ସି, କଳାପାଣି),ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ଖୁଳଣା ପ୍ରଧାନ, ମୂଖ୍ୟବକ୍ତା ସରୋଜ କୁମାର ରଥ,(ବରିଷ୍ଠ ଶିକ୍ଷକ, ମାତୃ ପୁରୀ,ଲାଦର ପାଲି)ଶିକ୍ଷାକେନ୍ଦ୍ର ଶର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ର, ଉପସଭାପତି ଅଶୋକ କୁମାର ମାଝୀ, ସଂପାଦକ ପ୍ରଭାସ ଚନ୍ଦ୍ର ମହାପାତ୍ର ଅଂଶ ଗ୍ରହଣ କରି ବନମହୋତ୍ସବର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଶିକ୍ଷା କେନ୍ଦ୍ରର କୃଷି ପରିଷଦରେ ଥିବା ଶ୍ରୀ ସୁମନ୍ତ ସାହୁ ଓ ଶିକ୍ଷା କେନ୍ଦ୍ରର ସମସ୍ତ ଭାଇ , ଅପା , ଛାତ୍ରଛାତ୍ରୀ ସହଯୋଗ କରି କାର୍ଯ୍ୟକ୍ରମ ଶେଷରେ ଶିକ୍ଷାକେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରିଥିଲେ।



