ପାଇକମାଳ-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ଠାରେ ବୈଶାଖ ମେଳା ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମା ଭଉଣୀ ତଥା ଭକ୍ତ ମାନେ ଝରଣାର ଗଣେଶ ଘାଟରେ ପବିତ୍ର ପାଣି କଳସରେ ଆଣି ନୃସିଂହନାଥ ମନ୍ଦିର, ଶିବ ମନ୍ଦିର, ସମଲେଶ୍ବରୀ ମନ୍ଦିର , ଶ୍ରୀରାମ ମନ୍ଦିର, ବିନ୍ଧ୍ଯବାସିନୀ ମନ୍ଦିର ଓ ଅନ୍ୟ ପାଶ୍ବ ଦେବା ଦେବୀ ମନ୍ଦିରକୁ କଳସ ଯାତ୍ରାରେ ଯାଇ ପୂଜା ଅର୍ଚ୍ଚନା କରିବା ସହ ବିଶ୍ବ ଶାନ୍ତି ମହାଯଜ୍ଞ ପୀଠରେ କଳସ ସ୍ଥାପନ କରିଥିଲେ । କର୍ତ୍ତା ଭାବେ ଚୁଡ଼ାମଣି ଭୁଏ ଓ ତାଙ୍କ ଧର୍ମ ପତ୍ନୀ ସନ୍ତୋଷୀନି ଭୁଏ ଦାୟିତ୍ବ ତୁଲାଉଛନ୍ତି ।

ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ମୁନା ଦେବତା କାଯ୍ୟ ତୁଲାଇ ଥିଲେ । ବୈଶାଖ ମେଳା କମିଟିର ସଭ୍ୟ ମାନେ ନିଜ ନିଜର ଦାୟିତ୍ବ ତୁଳାଉଥିବା ବେଳେ ପୋଲିସ ବିଭାଗ,ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଦମକଳ ବିଭାଗୀୟ କର୍ମଚାରୀ ମାନେ ନିଜ ନିଜର ଦାୟିତ୍ବ ତୁଲାଉଛନ୍ତି । ଶାନ୍ତି ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା ତଥା ପୋଲିସ ସହାୟତା ପାଇଁ ଏସ.ଡି.ପି.ଓ. ୧ଜଣ, ଡି.ଏସ.ପି.୩ଜଣ, ଇନ୍ସପେକ୍ଟର ୫ଜଣ, ସବ୍ ଇନ୍ସପେକ୍ଟର ଓ ଏ ଏସ ଆଇ ମିଶି ୪୦ ଜଣ,୧୦ ପ୍ଲାଟୁନ ଫୋର୍ସ ଓ ପୋଲିସ, ୬୦ ଜଣ ହୋମ ଗାଡ଼ି ନିଯୁକ୍ତି ହୋଇଥିବା ପଦ୍ମପୁର ଏସଡିପିଓ ପାଣ୍ଡବ ଶବର ସୂଚନା ଦେଇଛନ୍ତି ।


