ପଦ୍ମପୁର-ପଦ୍ମପୁର ବଡ଼ବନ୍ଧ ସ୍ଥିତ ନବଦୁର୍ଗା ମନ୍ଦିର ଠାରେ ଗୁରୁବାର ଦିନ ଜଗତ ଜନନୀ ମାଁ ଦୁର୍ଗାଙ୍କ କଳସ ଯାତ୍ରା ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ଦୁର୍ଗା ସ୍ତୁତି,ଶଙ୍ଖ, ଘଣ୍ଟ ବାଦ୍ୟ ଓ ସଂକୀର୍ତନ୍ୟର ତାଳେ ତାଳେ ଅନୁଷ୍ଠିତ ହୋଇଯାଇଛି।
କଳସ ଯାତ୍ରା ପୂଜା କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରାଙ୍କ ସମେତ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଅଶୋକ ପଣ୍ଡା,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ସନ୍ତୋଷ ମିଶ୍ର ଓ ପଦ୍ମପୁରର ଶତାଧିକ ଶ୍ରଦ୍ଧାଳୁଙ୍କୁ ନେଇ ବାହାରିଥିଲା ଓ ସହର ପରିକ୍ରମା କରି ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନକରି ପୂଜା ବିଧି ଆରମ୍ଭ ହୋଇଛି।
ପ୍ରତ୍ୟେକ ଦିନ ଜଗତ ଜନନୀ ମାଁ ଦୁର୍ଗା ଭକ୍ତ ମାନଙ୍କୁ ବିଭିନ୍ନ ରୁପରେ ଦର୍ଶନ ଦେବେ ବୋଲି ସଭପତି ଡାକ୍ତର ପ୍ରଭାତ ନାରାୟଣ ତ୍ରିପାଠୀ ଓ ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ ସୂଚନା ଦେଇଛନ୍ତି । ନଅ ଦିନ ପର୍ଯ୍ୟନ୍ତ ସକାକ ଆଳତୀ ଓ ସନ୍ଧ୍ୟା ଘ.୭.୩୦ ମି ରେ ମଙ୍ଗଳ ଆଳତୀ ସହିତ ମାଁ ଙ୍କ ଅନ୍ନ ଭୋଗ ଲାଗି ହେବ ବୋଲି ମଧ୍ଯ ସୂଚନା ଦେଇଛନ୍ତି ।
ଶୁଶାନ୍ତ ପଧାନ,ଗଜାନନ ଅଗ୍ରୱାଲ(ଗଜ୍ଜୁ),ଗଜାନନ ଶର୍ମା,ବିଷ୍ଣୁ ଥପା,ସୁରୁ ଭୋଇ,ବୁଧୁ ସାହୁ,ପ୍ରତାପ ମିଶ୍ର,ଅଜିତ ସତପଥୀ,ବେଣୁ ମାଧବ ଦୋରା,ନରସିଂହ ପଟନାୟକ,ଭରତ ପଣ୍ଡା,ମହିପାଲ ସାହୁ,ସୁଧାଂଶୁ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପଣ୍ଡା କଳସ ଯାତ୍ରା ସୁଚାରୁ ରୂପେ ସମାପନ ପାଇଁ ସହଯୋଗ କରିଥିଲେ ।