ବରପାଲି-ବରପାଲି ବ୍ଲକ କୁଶନପୂରୀ ଗ୍ରାମର ଜୈନେକ ଚାରି ବର୍ଷ ଶିଶୁପୁତ୍ରର ମାଁର ମୃତଶରିର ପୋଲିସ ସ୍ଥାନିୟ ଡାକ୍ତରଖାନାରୁ ଜବତ କରିଥିବା ବେଳେ ସ୍ବାମିକୁ ଗିରଫ କରିଥିବା ଜଣାପଡିଛି। ଗୁରୁବାର ପୋଲିସ ପରିବାର ଲୋକଙ୍କ ସହାୟତାରେ ବରଗଡରେ ଶବବ୍ଯବଚ୍ଛେଦ କାର୍ଯ୍ଯ ସମ୍ପର୍ଣ୍ଣ ହୋଇଯାଇଛି। ମୃତ୍ଯୁର କାରଣ ସଠିକ ଭାବରେ ଜଣାପଡିନଥିଲେ ମଧ୍ଯ ସ୍ବାମି ସୁଦାମ ଷଣ୍ଢ ଏହା ଆତ୍ମହତ୍ଯ ଜନିତ ବୋଲି କହୁଥିବାବେଳେ କଲ୍ଯାଣିର ବାପଘର ଲୋକେ ଘଟଣାକୁ ହତ୍ଯାକାଣ୍ଡ ବୋଲି ଦାବୀ ଉଠାଇଛନ୍ତି। ପୋଲିସ ବାହିନୀ କୁସନପୁରୀ ଗ୍ରାମରେ ପହଞ୍ଚି ତନାଘନା ଆରମ୍ଭ ସହ ପାଖ ପଡୋଶି ମାନଙ୍କୁ ପଚରାଉଚରା ଓ ମୃତକଙ୍କ ଘର ଖାନତଲାସିରେ ଲାଗିପଡିଛି। ସୂଚନା ଅନୁଯାୟୀ ଗତ ଗୁରୁବାର ରାତ୍ର ସମୟରେ ସୁଦାମ ନିଜ ପତ୍ନୀ କଲ୍ଯାଣିକୁ ଏକ ଟେମ୍ପୋରେ ଆଣି ବରପାଲି ଗୋଷ୍ଠି ସ୍ବାସ୍ଥ୍ଯକେନ୍ର୍ଦରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ହେଲେ ଡାକ୍ତର କଲ୍ଯାଣିର ସ୍ବାସ୍ଥ୍ଯ ପରିକ୍ଷା କଲାପରେ ମୃତ ବୋଲି ଘୋଷଣା କରିଥିଲେ। ମୃତଶରିର ରେ ରହିଥିବା ଚିହ୍ନ ଓ ପାରିପାର୍ଶ୍ବିକ ଅବସ୍ଥିତିକୁ ନଜରକୁ ଆଣି ଡାକ୍ତର ପୋଲିସ ସହ ଯୋଗାଯୋଗ କରିଥିଲେ। ପରେ କଲ୍ଯାଣିର ବାପଘର ଲୋକେ ଡାକ୍ତରଖାନାରେ ପହଞ୍ଚିବାରୁ ସୁଦାମ ସହ ପାଟିତୁଣ୍ତ ଆରମ୍ଭ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଦାମକୁ ଗିରଫ କଲାପରେ ବାପଘର ଲୋକଙ୍କ ସହଯୋଗରେ ମୃତଶରିର ବରଗଡ ପଠାଇବାକୁ ବ୍ଯବସ୍ଥା କରିଥିଲେ। ସୁଦାମ ଗତ ପାଞ୍ଚବର୍ଷ ପୁର୍ବେ ମହଦା ପଞ୍ଚାୟତ ବର୍ଲାବାହାଲ ଗ୍ରାମର ତେଜରାଜ ବଘାରଙ୍କ କନ୍ଯାଙ୍କୁ ସାମାଜିକ ପ୍ରଥା ଓ ବନ୍ଧୁବାନ୍ଧବଙ୍କ ଗହଣରେ ହସଖୁସିରେ ବିବାହ କରିଥିଲେ। ବିବାହର ଏକବର୍ଷ ପରେ ନବ ଦମ୍ପତ୍ତିଙ୍କ କୋଳରେ ଏକ ଶିଶୁ ପୁତ୍ରର ଜନ୍ମ ହୋଇଥିଲା। ହସଖୁସିର ସଂଷାର ଆଗେଇ ଚାଲିଥିବା ବେଳେ ଏହିପରି ଏକ ଅଘଟଣ ସମସ୍ତଙ୍କୁ ଚକିତ କରିଦେଇଛି।