Sunday, March 8, 2026
Homeରାଜ୍ୟକମରେଡ ସିତାରାମ ୟେଚୂରୀଙ୍କୁ ଶ୍ରଦ୍ଧାଞ୍ଜଳି ସଭା ।

କମରେଡ ସିତାରାମ ୟେଚୂରୀଙ୍କୁ ଶ୍ରଦ୍ଧାଞ୍ଜଳି ସଭା ।

ବରପାଲି-ବରପାଲି ଗଙ୍ଗାଧର ପ୍ରତିମୃତି ପାର୍କରେ ବରିଷ୍ଟ କମ୍ୟୁନିଷ୍ଟ ନେତା ସିତାରାମ ୟେଚୂରୀଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ବିଭିନ୍ନ ବର୍ଗର ବ୍ଯକ୍ତି ମାନଙ୍କ ସହ ସମାଜସେବୀ ମାନେ ଯୋଗ ଦେଇ ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ। ଅତିଥି ମାନେ ସର୍ଗିୟ ୟେଚୁରୀଙ୍କୁ ଭାରତୀୟ ସଂସଦୀୟ ଗଣତନ୍ତ୍ରର ପ୍ରକୃତ ରକ୍ଷକ ଏବଂ ଦିନଜନଙ୍କ ଚିରସାଥି ବୋଲି କହିଥିଲେ। ୨୦୧୭ ମଷିହାରେ ସର୍ଵଶ୍ରେଷ୍ଠ ସାଂସଦ ରୂପେ ସମ୍ମାନିତ ହୋଇଥିଲେ।

ସେହିପରି ତାଙ୍କ ନିଧନକୁ ଭାରତିୟ ସଂସଦୀୟ ଗଣତନ୍ତ୍ର ପାଇଁ ଅପୁରଣିୟ କ୍ଷତି ଭାବେ ସବୁ ଦିନ ପାଇଁ ସମସ୍ତଙ୍କୁ ବ୍ଯଥିତ କରିଛି ବୋଲି ମନ୍ତବ୍ଯ ମାନ ଦେଇଥିଲେ।ମୁଖ୍ୟବକ୍ତା ଭାବରେ ବଳରାମ ପ୍ରଧାନ, ଜୟଦେବ ଗଡତିୟା,ପ୍ରାକ୍ତନ ମହାବିଦ୍ଯାଳୟ ଅଧ୍ଯକ୍ଷ ଡ.ରବିନ୍ଦ୍ର ଗରତିୟା,ପ୍ରାଧ୍ୟାପକ ଜୋଗେଶ ରାଉତ, କିରଣ ପଟ୍ଟନାୟକ ପ୍ରମୁଖଙ୍କ ସହ ବୟଷ୍କ ବ୍ଯକ୍ତି ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହ ସ୍ମୃତିଚାରଣ କରିଥିଲେ।

error: Content is protected !!