Monday, April 14, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକବି ଭୋଜରାଜ ବୁଡେକଙ୍କୁ ରାଜ୍ୟସ୍ତରୀୟ ବୀଣାପାଣି ଗୀତିକବି ସମ୍ମାନରେ ସମ୍ମାନିତ ।

କବି ଭୋଜରାଜ ବୁଡେକଙ୍କୁ ରାଜ୍ୟସ୍ତରୀୟ ବୀଣାପାଣି ଗୀତିକବି ସମ୍ମାନରେ ସମ୍ମାନିତ ।

ପାଇକମାଲ-ଭୁବନେଶ୍ୱର ବୁଦ୍ଧ ମନ୍ଦିର ନୂତନ ସଭାଗୃହ ମଧୂସୁଦନ ନଗର ୟୁନିଟ -୯ ରେ ଓଡ଼ିଶା ସାହିତ୍ୟିକ ସଙ୍ଗଠନ, ଭୁବନେଶ୍ୱର, ଓଡ଼ିଶା ପକ୍ଷରୁ ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଏବଂ ସୂରୀୟାଂଶ ପତ୍ରିକା ଉନ୍ମୋଚନ ଉତ୍ସବରେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ମାଣ୍ଡୋସିଲ ଗାଁର କବି ଭୋଜରାଜ ବୁଡେକଙ୍କୁ ରାଜ୍ୟସ୍ତରୀୟ ବୀଣାପାଣି ଗୀତିକବି ସମ୍ମାନରେ ସମ୍ମାନୀତ କରାଯାଇଛି।‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ରାଜ୍ୟ ମୁଖ୍ୟ ସମ୍ପାଦକ ମଙ୍ଗଳୁ କୁମାର ଦାସ, ବିଶିଷ୍ଟ ଅତିଥି ଭୁବନେଶ୍ୱର ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ ଓ ସମ୍ମାନିତ ଅତିଥି ଭାବରେ ଡଃ ନବକିଶୋର ଶତପଥି,ଶଶଧର ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଜାନକୀ ମହାନ୍ତି, ସୁରେଶ ଚନ୍ଦ୍ର ରଥ, ସୁଷମା ପାଣିଗ୍ରାହୀ, ଏକାମ୍ର ବାଘ, ଅରୁଣ କୁମାର ପାତ୍ର, ଡଃ ରକ୍ଷକ ନାୟକ, ଡଃ ଅଶୋକ ଦୋରା,

ଯୋଗେଶ ଚନ୍ଦ୍ର ନାୟକ,ପ୍ରତୀଭା ମହାରଥୀ,ଚମକ ଚାନ୍ଦିନୀ ଦାସ , ପ୍ରତିମା ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ। କବି ନିକଟରେ କଟକରେ ରାଜ୍ୟସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ସ଼ଂସ୍କୃତି ସମନ୍ୱୟ ସମ୍ମାନରେ ସମ୍ମାନିତ ହୋଇଥିଲେ। କବି ଭୋଜରାଜ ବୁଡେକ ମାଣ୍ଡୋସିଲ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ କେବଳ ଶିକ୍ଷକ ନଥିଲେ ମାଣ୍ଡୋସିଲ ଅଞ୍ଚଳର ଜଣାଶୁଣା କବି, ଗାଳ୍ପିକ, ଲେଖକ, ଗୀତିକାର। ତାଙ୍କ ସାରସ୍ଵତ ସାଧନାରେ କାବ୍ୟ, କବିତା, ଶିଶୁ କବିତା ଗଳ୍ପ, ଶିଶୁ ଗଳ୍ପ,ଉପନ୍ୟାସ ପ୍ରବନ୍ଧ, ନାଟକ ରମ୍ୟରଚନା ଲେଖିଛନ୍ତି। ସେ ରାଜ୍ୟର ଅନେକ ସାହିତ୍ୟ ସଂସଦ ସହ ଜଡ଼ିତ ହୋଇ ଅନେକ ଥର ସମ୍ମାନୀତ ହୋଇଛନ୍ତି। ତାଙ୍କ ସଫଳତା ପାଇଁ ମାଣ୍ଡୋସିଲ ଅଞ୍ଚଳରେ ଶୁଭେଚ୍ଛା ସୁଅ ଛୁଟୁଛି।

error: Content is protected !!