ପାଇକମାଲ-କଟକର କର୍ମବୀର ଗୌରୀଶଙ୍କର ଟାଉନହଲରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ,ଅଗ୍ନିସ୍ଫୁଲିଙ୍ଗ ରାଉରକେଲା, ଓଡ଼ିଶା ପୂଜ୍ୟପୂଜା ପରିଷଦ କଟକ ଓ ଚିନ୍ମୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ୪୮ତମ ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ, କବିତା ପାଠୋତ୍ସବ, ସଙ୍କଳନ ଉନ୍ମୋଚନ ଏବଂ ସାରସ୍ଵତ ସମ୍ବର୍ଦ୍ଧନା ସମାରୋହରେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ମାଣ୍ଡୋସିଲ ଗାଁର କବି ଭୋଜରାଜ ବୁଡେକକୁ ରାଜ୍ୟସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନରେ ସମ୍ମାନିତ କରାଯାଇଅଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚଳଚ୍ଚିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଯୋଗଦେଇଥିଲେ ।

କବି ଭୋଜରାଜ ବୁଡେକ ମାଣ୍ଡୋସିଲ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ଜଣେ କେବଳ ଶିକ୍ଷକ ନଥିଲେ ମାଣ୍ଡୋସିଲ ଅଞ୍ଚଳର ଜଣାଶୁଣା କବି ତଥା ଗାଳ୍ପିକ। ସେ ସାରସ୍ଵତ ସାଧନାରେ ବ୍ରତକରି ଅନେକ କାବ୍ୟ କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ନାଟକ ତଥା ରମ୍ୟରଚନା କରିଛନ୍ତି। ସେ ରାଜ୍ୟ ଅନେକ ସାହିତ୍ଯ ସାଂସଦ ସହ ଯୋଡ଼ି ହୋଇ ଅନେକ ଥର ସମ୍ମାନୀତ ହୋଇଛନ୍ତି। ତାଙ୍କ ସଫଳତା ପାଇଁ ମାଣ୍ଡୋସିଲ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି ।

