କଣ୍ଟାବାଞ୍ଜି-କଣ୍ଟାବାଞ୍ଜି ସହରରେ ଅନେକ ସ୍ଥାନରେ ଏବେ କବାଡି ଖାନା ଖୋଲୁଛି । ଏହି କବାଡି ବ୍ୟବସାୟ ମାନଙ୍କ ପାଇଁ ସହରର ସାଧାରଣ ଜନତା ହଇରାଣ ହେଉଥିବା ଜଣାପଡିଛି । ମନ ଇଛା ରାସ୍ତା ଉପରେ କବାଡି ଖାନା ଖୋଲି ବିନ୍ଦାସ ନିଜର ଆଦିପତ୍ୟ ଜମାଇ କରୁଛନ୍ତି ବ୍ୟବସାୟ । ଏହାକୁ ନେଇ ଅଞ୍ଚଳ ରେ ଏବେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି । ସହରର ଥାନା ସମ୍ମୁଖରେ ଥିବା ରାସ୍ତା ରୁ ୩ନମ୍ବର ରୋଡ଼ କୁ ଯିବା ରାସ୍ତା ରେ କବାଡି ଖାନା ରହିଛି ଏଥିରେ ଅନେକ ବାଇକ ଆରୋହି ଓ କାର ନେଇ ଯାଉଥିବା ଲୋକ ହଇରାଣ ହେଉଛନ୍ତି ।
ସେହିପରି ସହରର ୪ନମ୍ବର ରୋଡ଼ ଛକ ରୁ ନେଇ ମସ୍ଜିତ ଯିବା ରାସ୍ତା ରେ ମଧ୍ୟ କବାଡି ଖାନା ଜନ ବସତି ସ୍ଥାନ ରେ ଖୋଲିଛି । ଏହାକୁ ନେଇ ପଡା ରେ ଅସନ୍ତୋଷ ଥିବା ପଡ଼ାବାସୀ କହିଛନ୍ତି । ସେହିପରି ବଜାର ପଛରେ ଥିବା ନୂଆପଡା ରାସ୍ତା ରେ ମଧ୍ୟ ଏଭଳି କବାଡି ଖାନା ଥିବା ରୁ ଲୋକେ ଯାତାୟାତ ରେ ସମସ୍ୟା ସୃଷ୍ଟି ହେଉଛି । କବାଡି ଖାନା ମାନଙ୍କ ଅଳିଆ ଯୋଗୁଁ ଅନେକ ବାଇକ , କାର ପଂଚର ହେଉଥିବା ଲୋକେ କହନ୍ତି ।
ସହର ଭିତରେ ରହିଥିବା ଏହି ସବୁ କବାଡି ଖାନା ଛତିଶଗଡ଼ ରାଜ୍ୟ ର ରାୟପୁର ଅଞ୍ଚଳରେ ବ୍ୟବସାୟ କରୁଥିବା ବେଳେ ବଡ଼ ବଡ଼ ଟ୍ରକ ରେ ମାଲ ଲୋଡ଼ ଅନଲୋଡ଼ ରାସ୍ତା ଉପରେ ବ୍ୟବସାୟି ମାନେ କରୁଛନ୍ତି । ତେବେ ଏମାନେ ଜିଏସ୍ଟି ମଧ୍ୟ ଫାଙ୍କି ବ୍ୟବସାୟ ବେଆଇନ ଭାବେ କରୁଥିବା ଜଣାପଡିଛି । ପ୍ରସାଶନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବା କଥା । ଏହାକୁ ନେଇ ଥାନା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି ଯେ ଏମାନଙ୍କ ଥରେ କାଗଜ ପତ୍ର ଯାଂଚ ଜିଏସ୍ଟି ବିଭାଗ କରିବା କଥା । ରାସ୍ତା ଉପରେ କଲେ ଭଲ ନୁହଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି ।