ପଦ୍ମପୁର-କପସିଲା ଠାରେ ନୂଆଖାଇ ଭେଟଘାଟ ଧୁମ୍ ଧାମରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ତଥା ନାଟ୍ୟକାର ରାଜେନ୍ଦ୍ର କୁମାର୍ ମହାନ୍ତି ଯୋଗଦାନ କରିଥିଲେ। ମାଆ ସମଲେଇଙ୍କ ପ୍ରତିଛବିରେ ଦୀପ ପ୍ରଜ୍ବଳନ ପରେ ଭେଟଘାଟ ଅନୁଷ୍ଠିତ ହୋଇଥିଲା। ସଭାପତି ରାହୁଲ ରଣା, ସଂପାଦକ ପ୍ରିୟ ରଂଜନ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନୃତ୍ୟ ପ୍ରତିଯୋଗିତା ଓ ଫେସନ୍ ସୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତେଜବନ୍ତ ରଣା, ସରୋଜ ରଣା,ମନୋରଞ୍ଜନ ବରିହା ଓ ରାଜେନ୍ଦ୍ର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ସମସ୍ତ କୃତୀ ପ୍ରତିଯୋଗୀ ମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପାଣ୍ଡବ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।



