Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକନ୍ୟାପକ୍ଷ ତରଫରୁ ହରିହର ଭେଟରେ ଆଳତୀ ପ୍ରଦାନ ।

କନ୍ୟାପକ୍ଷ ତରଫରୁ ହରିହର ଭେଟରେ ଆଳତୀ ପ୍ରଦାନ ।

ବରପାଲି-ବରପାଲି ୫୪ ତମ ହରିହର ଭେଟ ଦୋଳ ଉତ୍ସବ ରେ କନ୍ୟାପକ୍ଷ ହିମାଦ୍ରୀ ନଗର ବାସୀଙ୍କ ତରଫରୁ ଆଳତୀ ପ୍ରଦାନ କରାଯାଇଛି। ଏହି ପରିପେକ୍ଷି ରେ ହିମାଦ୍ରୀ ନଗର, ଶିବାଜୀ କ୍ଲବ ବାସୀ ଦୁଲଦୁଲି ବାଜା ସହ ଯଥା ବିଧି ପୂଜା ସାମଗ୍ରୀ ଓ ଆଳତୀ ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ହରିହର ମିଳନ ମଣ୍ଡପ, ବରପାଲି ହାଟପଦା ପ୍ରାଙ୍ଗଣ ରେ ପହଞ୍ଚି ଥିଲେ। ମିଳନ ମଣ୍ଡପ ର ଦକ୍ଷିଣ ପଟୁ ହରି ଓ ଉତ୍ତର ପଟୁ ହର ଭବ୍ୟ ଶୋଭାଯାତ୍ରା ସହ ପହଞ୍ଚିବା ପରେ ହରିହର ଭେଟ ହୋଇ ଦୋଳ ଉତ୍ସବ ଅନୁଷ୍ଠିତ ହେଲା । ହଜାର ହଜାର ମହିଳା ପୁରୁଷ ଭକ୍ତ ଙ୍କ ସମାଗମ ହୋଇ ଥିଲା। ଦୋଳ ଉତ୍ସବ ପରେ ହରିହର ଙ୍କୁ କନ୍ୟାପକ୍ଷ ତରଫରୁ ଆଳତୀ ପ୍ରଦାନ କରାଯାଇ ଥିଲା। କନ୍ୟା ପିତାମାତା ପରମେଶ୍ଵର ମେହେର ଓ ନୀର ମେହେର ଙ୍କ ସହ ପାର୍ବତୀ ବିବାହ ମହୋତ୍ସବ କମିଟିର ସଭାପତି ବିଜୁ ମେହେର, ସଂପାଦକ ଧର୍ମରାଜ ସିଂ ବରିହା, ସୁରେନ୍ଦ୍ର ମେହେର, ଅନନ୍ତ ମେହେର, ପଞ୍ଚା ମେହେର, କାଉନସିଲର ଦେବାନନ୍ଦ ମେହେର, ଗୋବିନ୍ଦା ମେହେର, ଆକାଶ ମେହେର, ଦିନ ମେହେର, ମହାଦେବ ମେହେର, ବୈରାଗୀ ମେହେର, ଡୁଲା ମେହେର, ହାଡୁ ମେହେର, ବିଷ୍ଣୁ ମେହେର, ସୁରଜ ମେହେର, ସିଦ୍ଧାର୍ଥ ମେହେର, ଗଙ୍ଗା ମେହେର, ଶିବା ମେହେର, ବିଟୁ ମେହେର, ଇଟଲି ମେହେର ,ବବଲୁ ମେହେର, ସୁବାଷ ମେହେର,ଉଦ୍ଧବ ମେହେର, ମାନଭଞ୍ଜନ ମେହେର, ପ୍ରଦୀପ ମେହେର ଶୁଶୀଲ ମେହେର ଙ୍କ ସହ କ୍ଲବର ସମସ୍ତ ମହିଳା ଭକ୍ତ ଉପସ୍ଥିତ ଥିଲେ। ଏବର୍ଷ ମହା ଆଡମ୍ବର ସହିତ ପାର୍ବତୀ ବିବାହ ମହୋତ୍ସବ ପାଳନ କରିବା ପାଇଁ ହରିହର ଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ।

error: Content is protected !!