Friday, February 21, 2025
spot_imgspot_imgspot_img
Homeରାଜ୍ୟକନ୍ଧଧୃମାଲ ଗ୍ରାମରେ ସୁରକ୍ଷିତ ପାନୀୟ ସ୍ରୋତ ଉଦଘାଟିତ।

କନ୍ଧଧୃମାଲ ଗ୍ରାମରେ ସୁରକ୍ଷିତ ପାନୀୟ ସ୍ରୋତ ଉଦଘାଟିତ।

ବୌଦ୍ଧ-ବୌଦ୍ଧ ବ୍ଲକ ମୁଣ୍ଡlପଡା ପଂଚାୟତ କନ୍ଧଧୃମାଲ ଗ୍ରାମରେ ୱାସିଡିଏ ଓ ଓ ଏଲଡବ୍ଲୁ ଦ୍ଵାରା ସୁରକ୍ଷିତ ପାନୀୟ ସ୍ରୋତ ସୋମବାର ଉଦଘାଟଣ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଡ଼ିଓ ଯୁଧିଷ୍ଠିର ମେହେର, ସମ୍ମାନିତ ଅତିଥି ଭାବେ ମୁଣ୍ଡାପଡା ସରପଞ୍ଚ ସୁମନ୍ତ ନାଏକ ଯୋଗଦେଇ ସୁରକ୍ଷିତ ପାନୀୟ ସ୍ରୋତକୁ ଉଦଘାଟଣ କରିଥିଲେ l ଏହି ଜଳ ଉତ୍ସ ଉଦଘାଟନ ହେବା ପରେ ଲୋକେ ସ୍ୱଚ୍ଛ ଜଳ ପାଇଁ ପାରିବେ l ଏହି ସୁରକ୍ଷିତ ପାନୀୟ ସ୍ରୋତ ହେବା ଦ୍ଵାରା ଗ୍ରାମବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତ ହେବା ପାଇଁ ଏହା ସହାୟକ ହେବ l

ଏହି ପାନୀୟ ସ୍ରୋତକୁ ଗ୍ରାମର ୫୫ ଗୋଟି ପରିବାର ସୁରକ୍ଷିତ ପାଣି ପାଇବା ସହିତ ଗ୍ରାମର ପ୍ରତେକ ଶିଶୁ ମାନେ ସୁଦ୍ଧ ପାଣି ପିଇବା ପାଇଁ ସୁବିଧା ପାଇ ପାରିବେ l ଏହି ଉଦଘାଟଣ କାର୍ଯ୍ୟକ୍ରମରେ ବାଉଁଶୁଣି ସ୍ୱଚ୍ଛlସେବୀ ଅନୁଷ୍ଠାନ ୱାଇସିଡିଏ ଓ ଏଲଡବ୍ଲୁ ଦ୍ଵାରା ହୋଇଥିବା ଏହି ସ୍ରୋତ ହେବା ଦ୍ଵାରା ପ୍ରତି ପରିବାର ସୁଦ୍ଧ ପାଣି ପାଇବା ସହ ନିରୋଗ ରହିବେ l ଏହି ଉଦଘାଟଣ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଯୋଗ ଦେଇ ସହଯୋଗ କରିଥିଲେ l

error: Content is protected !!