Saturday, March 7, 2026
Homeରାଜନୀତିକନସିଂହାରେ ବିଜେଡିର ବାଇକ ରାଲି : ଘରେ ଘରେ ଶଙ୍ଖ - ଘରେ ଘରେ ବର୍ଷା...

କନସିଂହାରେ ବିଜେଡିର ବାଇକ ରାଲି : ଘରେ ଘରେ ଶଙ୍ଖ – ଘରେ ଘରେ ବର୍ଷା ସ୍ଲୋଗାନ୍ ରେ କମ୍ପିଲା ସାରା ପଞ୍ଚାୟତ ।

ପଦ୍ମପୁର – ବର୍ଷା ସିଂ ବରିହାଙ୍କୁ ପୁଣିଥରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ବିଜେଡି ସଭାପତି ଘୋଷଣା କରିବା ପରେ କର୍ମୀ ମାନଙ୍କ ମହଳରେ ଖୁସିର ଲହରୀ ଖେଲି ଯାଇଥିଲା । ସୋମବାର ବର୍ଷା ସିଂ ବରିହା ନାମାଙ୍କନ ଦାଖଳ କରିବା ପରେ କର୍ମୀ ମାନେ ବର୍ଷା ସିଂ ବରିହାଙ୍କୁ ପଦ୍ମପୁର ବିଧାୟିକା ଭାବରେ ଦେଖିବା ପାଇଁ ପ୍ରଚାର ପ୍ରସାର ଆଗେଇ ନେଉଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନସିଂହା ପଂଚାୟତରେ ବିଜେଡିର ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସଭାପତି ନାରାୟଣ ବେହେରା ଓ ପଂଚାୟତର ସମସ୍ତ ଗ୍ରାମର ବିଜେଡି କର୍ମୀ ମାନେ ଏକ ବାଇକ ରାଲିରେ ବାହାରି ସମସ୍ତ ଗ୍ରାମ ବୁଲି ଘରେ ଘରେ ଶଙ୍ଖ ଏବଂ ଅଂଚଳର ବିକାଶ ପାଇଁ ପୁଣି ଥରେ ବର୍ଷା ସିଂ ବରିହାଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ l

error: Content is protected !!