ବରପାଲି – ବରପାଲି ବ୍ଳକ କନବାର ସରକାରୀ ହାଇସ୍କୁଲ ପରିସରରେ ଯୁବ ରେଡ୍କ୍ରସ୍ ବିଭାଗ ପକ୍ଷରୁ ସ୍ବାସ୍ଥ୍ଯ ସମ୍ପର୍କିତ ପ୍ରାଥମିକତା ଚିକିତ୍ସା ଉପରେ ଆଲୋଚନା ହୋଇଯାଇଛି । ମୁଖ୍ୟଅତିଥି ଭାବେ ପ୍ରଧାନଶିକ୍ଷକ ସାନନ୍ଦ ଭୋଇଙ୍କ ଦ୍ବାରା କାର୍ଯ୍ଯକ୍ରମ ଉଦ୍ଘାଟିତ ହୋଇଥିଲା । ରେଡ୍କ୍ରସ୍ ପରାମର୍ଶଦାତା ଶିକ୍ଷୟତ୍ରୀ ସେବା ବିନିମୟୀ ଯୁକ୍ତା ବାରିକ ସ୍ବାଗତ ଜଣାଇବା ସହିତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।
ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଚିକିତ୍ସା ସେବା କ୍ଷେତ୍ରରେ ପାଳନୀୟ ଭିନ୍ନଭିନ୍ନ ପଦକ୍ଷେପ ଓ ପ୍ରାଥମିକତା ସ୍ତରକୁ ନେଇ ଆଲୋଚନା କରିଥିଲେ। ସେହିପରି ଚିକିତ୍ସା ପ୍ରାଥମିକତା ଭିତ୍ତିକ ଦୁର୍ଘଟଣା ଜନିତ ଆହାତ, ଭଙ୍ଗା ଅଙ୍ଗ,ସର୍ପାଘାତ, ସଂଜ୍ଞାହୀନ ପୀଡିତାଙ୍କ ପ୍ରାଥମିକ ସେବା ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ଉଚିତ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।