ବୌଦ୍ଧ-ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏବଂ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଦିନ ତମାମ କଣ୍ଟାମାଳ ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ଶ୍ରୀ ଡାଙ୍ଗ ଓ ଜିଲ୍ଲାପାଳ ଶ୍ରୀ ପଣ୍ଡା ନାରାୟଣ ପ୍ରସାଦ ଗ୍ରାମ ପଂଚାୟତ ଠାରେ ବ୍ୟାଙ୍କିଙ୍ଗ ସୁବିଧା କେନ୍ଦ୍ର ଏବଂ ପଂଚାୟତ ସୁବିଧା କେନ୍ଦ୍ରର ଶୁଭ ଉଦଘାଟନ କରିଥିବା ବେଳେ ଖମନମୁଣ୍ଡା ଗ୍ରାମ ପଂଚାୟତରେ ଦିବ୍ୟାଙ୍ଗ,ପୁରୁଷ, ମହିଳା ମାନଙ୍କ ପାଇଁ ଶୌଚାଳୟର ଶୁଭ ଉଦଘାଟନ କରିଥିଲେ । ଖମନମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଢ଼େନମାଲ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ, ଖମନମୁଣ୍ଡାର ହରିଜନସାହିରେ କମ୍ୟୁନିଟି ମଣ୍ଡପର ଶୁଭ ଉଦଘାଟନ ଓ ଖମନମୁଣ୍ଡା ଠାରେ ବ୍ୟାକିଙ୍ଗ ସୁବିଧା କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ସେହିପରି ସଦାନନ୍ଦ ଉଚ୍ଚ ବିଦ୍ୟାଳୟ,ରିଙ୍ଗାପଡ଼ା, ପଂଚାୟତ ଉଚ୍ଚ ବିଦ୍ୟାଳୟ, ଦ୍ଵିଗୁନମାଲ, ରେଗାମୁଣ୍ଡା ପରେ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।
![](https://jagrataprahari.com/wp-content/uploads/2024/10/Ashish-Bansal-8x3-copy-1024x384.jpg)
ନାରାୟଣପ୍ରସାଦ ଏବଂ ଖମନମୁଣ୍ଡାର ଦ୍ଵିଗୁନମାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ପରୀକ୍ଷାରେ ସଫଳତାର ମନ୍ତ୍ର ପ୍ରଦାନ କରିଥିଲେ । ଏଥିସହ ନାରାୟଣପ୍ରସାଦ ଗ୍ରାମ ପଂଚାୟତରେ ଗ୍ରାମୀଣ ହାଟର ଶୁଭ ଉଦଘାଟନ କରିଥିଲେ । ଏଥି ସହିତ ନାରାୟଣପ୍ରସାଦ ଠାରେ ଚାଲିଥିବା ପ୍ରାଥମିକ କୃଷି ସମବାୟ ସମିତିର ଧାନ କ୍ରୟ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ । ମଣ୍ଡିରେ ସମସ୍ତ କାମ ଠିକଠାକ ଚାଲିଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ । ପରେ ପରେ ନାରାୟଣପ୍ରସାଦ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, କଣ୍ଟାମାଳ ବ୍ଲକ୍ ବିଡ଼ିଓ ସାମ୍ମି ଜୟ ଶ୍ରୀ ରେଡ଼ିଙ୍କ ସମେତ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)