କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନ ସଭାଗୃହ ଠାରେ ମେଡିକାଲ ଅଫିସର ଡାକ୍ତର ରାକେଶ ପଣ୍ଡିତ ଙ୍କ ଅଧକ୍ଷତା ରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଅଛି। ଏହି ବୈଠକ ରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ତହସିଲଦାର ଅଞ୍ଜଳି ମାଝୀ, ନଗରପାଳ ବରିୟାମ ସିଂ ସାଲୁଜ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମାହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ। କଣ୍ଟାବାଞ୍ଜି ଡାକ୍ତରଖାନ ଏହି ଅଞ୍ଚଳ ଏକ ପ୍ରାଣ କେନ୍ଦ୍ର ଭାବେ ପରିଚିତ। ବର୍ତ୍ତମାନ ଏହି ଡାକ୍ତରଖାନ ରେ ଅନେକ ସମସ୍ୟା ଦେଇ ଗତି କରୁଛି। ଡାକ୍ତରଖାନ କୁ ଆସୁଥିବା ରୋଗୀ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହିଭଲି ଅନେକ ଅଭିଯୋଗ ହେଉଛି। ତେବେ ସୋମବାର ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକ ବିଧାୟକ ଲକ୍ଷ୍ମଣ ବାଗ ତାଙ୍କ ଅବିଭାଷଣ ରେ ଏହି ଡାକ୍ତରଖାନ ଉପରେ ହଜାର ହଜାର ନିର୍ଭର କରନ୍ତି କିନ୍ତୁ ଏହି ଠିକ ଭାବରେ ଚିକିତ୍ସିଆ ସେବା ମିଳୁନାହିଁ। ଯାହାଫଳ ରେ ରୋଗୀ କଣ୍ଟାବାଞ୍ଜି ଡାକ୍ତରଖାନ ଛାଡି ବେଳପଡା ଯାଇ ଚିକିତ୍ସିଆ ହେଉଥିଲେ। କିନ୍ତୁ ପୂର୍ବ ଭଲି ଆଉଁ ହେବାକୁ ଦେବୁ ନାହିଁ କଣ୍ଟାବାଞ୍ଜି ଡାକ୍ତରଖାନ ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ ଜିଲ୍ଲା ୧ ନମ୍ବର ଡାକ୍ତରଖାନ ହେବ। ଏହି ଡାକ୍ତରଖାନ ରେ ଯେତେ ବି ପଦବୀ ଖାଲି ଅଛି ତାହା ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରି ପୂରଣ କରାଯିବ। ସବୁ ବେଳେ ଡାକ୍ତରଖାନ ରେ ବିଶେଷଜ୍ଞ ଡାକ୍ତର କେମିତି ସବୁ ବେଳେ ରୋଗୀ ଦେଖିବେ ସେଥି ପାଇଁ ପ୍ରୟାସ କରାଯିବ। ସରକାର ମାଗଣା ରେ ନିରାମୟ ଯୋଜନା ମାଧ୍ୟମ ରେ ଔଷଧ ଦେଉଛନ୍ତି କିନ୍ତୁ ତାହା ସମୟ ହିସାବ ରେ ଖୋଲି ବନ୍ଦ କରି ଦିଆଯାଉଛି ତାହା କେମିତି ସବୁ ବେଳେ ଖୋଲିବ ତା ଉପରେ ଗୁରୁତ୍ବ ଦିଆଯିବ।
ଓ ଆଗାମୀ ଦିନ ରେ କଣ୍ଟାବାଞ୍ଜି ଡାକ୍ତରଖାନ ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ ଲୋକମାନଙ୍କୁ ଅସୁବିଧା ନ ହେବ ସେଥି ପାଇଁ ସଦାସରବଦା ପ୍ରୟାସ କରାଯିବ ଏବଂ କଣ୍ଟାବାଞ୍ଜି ଡାକ୍ତରଖାନ ରେ ଏବେ ମାତ୍ର ୩୦ ଟି ବେଡ ସଂଖ୍ଯ ରହିଛି ତାର କେମିତି ୧୦୦ ସଂଖ୍ଯ ପାଇଁ ବୃଦ୍ଧି କରାଯିବ ଓ କଣ୍ଟାବାଞ୍ଜି ଡାକ୍ତରଖାନ କୁ ଉପଖଣ୍ଡ ଡାକ୍ତରଖାନ ମାନ୍ୟତା ପାଇଁ ବିଧାନସଭା ରେ ଉଠାଯିବ ବୋଲି ସେ କହିଛନ୍ତି। ମେଡିକାଲ ଅଫିସର ଡାକ୍ତର ରାକେଶ ପଣ୍ଡିତ ଡାକ୍ତରଖାନ ରେ ଲାଗି ରହିଥିବା ସମସ୍ଯା ଉପରେ କେମିତି ସୁଧାର କରାଯିବ ଏବଂ ସ୍ବାସ୍ଥ୍ୟ କର୍ମଚାରୀ ଯେଉଁ ସଚେତନ କାର୍ଯ୍ୟକ୍ରମ ଓ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି ତା ଉପରେ ମଧ୍ଯ ଲୋକ ଙ୍କୁ ସଚେତନ କରାଯାଉ ଏବଂ ଯେଉଁ ସମସ୍ୟା ଆପଣ ମାନେ ଦେଖୁଛନ୍ତି ତାହା ଆମ କୁ ଜଣାନ୍ତୁ ସମସ୍ୟାର ସମାଧାନ ପାଇଁ ସବୁ ବେଳେ ଚେଷ୍ଟା କରିବା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଲୋଡ଼ିଥିଲେ। କଣ୍ଟାବାଞ୍ଜି ଡାକ୍ତରଖାନ ରେ ଲାଗି ରହିଥିବା ଅନେକ ସମସ୍ୟା ଉପରେ ବିଶେଷ କରି ବୈଠକ ରେ ଆଲୋଚନା ହୋଇଥିଲା। ଆଗାମୀ ପାଞ୍ଚ ବର୍ଷ ପାଇଁ ରୋଗୀ କଲ୍ୟାଣ ସମିତି ର ନୂଆଁ କାର୍ଯ୍ଯକର୍ତ୍ତା ମଧ୍ଯ ଚୟନ କରାଯାଇଥିଲା। ଏହି ବୈଠକ ରେ କଣ୍ଟାବାଞ୍ଜି ଡାକ୍ତରଖାନ କର୍ମଚାରୀ ସନ୍ତୋଷ ମହନ୍ତ, ଡାକ୍ତର ଶାନ୍ତନୁ ରାଉତ, ଡାକ୍ତର ଜୋତ୍ୟା ପ୍ରକାଶ ରାମ, ଏବିଇଓ ଚିନୁ ବିଶି, ବିଜେପି ନଗର ସଭାପତି ବେଦବ୍ୟାସ ନାଗ, ବିଜେପି ନେତା ଅଜୟ ଶର୍ମା, ଘାସି ଜୈନ, ପ୍ରଦୀପ ବାଘା, ପପୁ ଜୁଏଡ, ମୁକେଶ ବାଗ, ସହ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏକାଉଣ୍ଟ ପ୍ରବୀଣ ସାହୁ ମଞ୍ଚ ପରିଚାଲନା କରିଥିଲେ।
ଆମ୍ବୁଲାନ୍ସ ପାଇଁ ବିଧାୟକ ଓ ନଗରପାଳ କଥା କଟାକଟି ।
ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା ବିଧାୟକ ପାଣ୍ଠି ରୁ ଏକ ଆମ୍ବୁଲାନ୍ସ କଣ୍ଟାବାଞ୍ଜି ଡାକ୍ତରଖାନ କୁ ଦେଇଥିଲେ। ସରକାରୀ ଆମ୍ବୁଲାନ୍ସ ରୋଗୀ ଙ୍କୁ ନେଇ ସିଧାସଳଖ ବଡ ଡାକ୍ତରଖାନ କୁ ନ ଯାଉଥିବା ଯୋଗୁଁ। ଏହି ଆମ୍ବୁଲାନ୍ସ ଯେଉଁ ଡାକ୍ତରଖାନ କୁ ରାଜ୍ଯ ବାହାର କୁ ରୋଗୀ ଙ୍କୁ ନେଇ କି ଯିବ ସେଥି ପାଇଁ ଏହି ଆମ୍ବୁଲାନ୍ସ ସେବା ମାଗଣା ରେ ରୋଗୀଙ୍କୁ ଦିଆଯିବ ବୋଲି ପୂର୍ବତନ ବିଧାୟକ କହିଥିଲେ। ରୋଗୀ କଲ୍ୟାଣ ସମିତି ଏହି ଆମ୍ବୁଲାନ୍ସ ର ରକ୍ଷଣାବେକ୍ଷଣ କରୁଛି। ତେବେ ଏହି ଆମ୍ବୁଲାନ୍ସ ସେବା କୁ ନେଇ ରୋଗ କଲ୍ୟାଣ ସମିତିର ବୈଠକ ରେ ବିଧାୟକ ଲକ୍ଷ୍ମଣ ବାଗ ଓ ନଗରପାଳ ବରିୟାମ ସିଂ ସାଲୁଜ କଥା କଟାକଟି ହୋଇଛନ୍ତି।
ନଗରପାଳ ଙ୍କ କହିବା ଅନୁସାରେ ଏହି ଆମ୍ବୁଲାନ୍ସ ସେବା ପୁରାପୁରି ମାଗଣା ରେ ରୋଗୀ ଦିଆଯାଉଛି ଏଥି ପାଇଁ କିଛି ଟଙ୍କା ନ ନିଆଁ ଯାଉ ଯେଉଁ ରୋଗୀ ଧନୀ ଶ୍ରେଣୀ ର ହୋଇଥିବ ଯଦି ରାଜ୍ଯ ବାହାର କୁ ରୋଗୀ ନେଇ କି ଯିବ ତେବେ କେବଳ ଡିଜେଲ ପାଇଁ ଟଙ୍କା ନିଆଯାଉ ବୋଲି ସେ କହିଥିଲେ। କିନ୍ତୁ ବିଧାୟକ ଶ୍ରୀ ବାଗ ତାଙ୍କ କଥା ସହ ମତ ହୋଇନଥିଲେ ଏହି ଆମ୍ବୁଲାନ୍ସ ସରକାର ଙ୍କ ଅନୁଦାନ ରୁ କିଣାଯାଇଛି। କେଉଁ ରୋଗୀ ଗରିବ ଓ କିଏ ଧନୀ ଆମେ କେମିତି ଜାଣିବା ଏବଂ ଏମିତି ଯଦି ମାଗଣା ରେ ଆମ୍ବୁଲାନ୍ସ ସେବା ଦିଆଯିବ ତେବେ ଯେ କୌଣସି ସଂସ୍ଥା ହେଲେ ମଧ୍ଯ ବୁଡି ଯିବ। ଯେ କୌଣସି ରୋଗୀ ଗଲେ ମଧ୍ଯ ପ୍ରତ୍ୟେକ କିଲୋମିଟର ପିଛା ୬ ଟଙ୍କା ବାଢା ଦେବେ ବୋଲି ବିଧାୟକ ନିସ୍ପତି ନେଇଥିଲେ। ହେଳେ ନଗରପାଳ ତାଙ୍କ ଏହି ନିସ୍ପତି ଉପରେ ସହ ମତି ହୋଇନଥିଲେ। ଆମ୍ବୁଲାନ୍ସ ପାଇଁ ବିଧାୟକ ଓ ନଗରପାଳ ଙ୍କ କଥା କଟାକଟି ଘଟଣା ସହରରେ ଚର୍ଚ୍ଚା ବିଷୟ ହୋଇଛି।