ଫଟୋ ଉଠାଇ ତଦନ୍ତ ସାରୁଛି ରେଲ ବିଭାଗ !
ଦଳାଳ ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ କେବେ ?
ଆର.ପି.ଏଫ ର କାର୍ଯ୍ୟକଳାପ କୁ ନେଇ ବଢୁଛି ସନ୍ଦେହ।
କଣ୍ଟାବାଞ୍ଜି – ରେଲ ବିଭାଗ ସବୁ ବେଳେ ରେଳ ଯାତ୍ରୀ ଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଇଥାଏ। ପ୍ରତୋକ ଅଭିଯୋଗ ଉପରେ ତତ୍ପରତା ପ୍ରକାଶ କରି ପଦକ୍ଷେପ ନେଇଥାଏ କିନ୍ତୁ ସମ୍ବଲପୁର ରେଲ ମଣ୍ଡଳ ଅନ୍ତର୍ଗତ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ସଂରକ୍ଷିତ ଏବଂ ଅଣ ସଂରକ୍ଷିତ ଟିକେଟ କାଉଣ୍ଟର ବର୍ତ୍ତମାନ ଟିକେଟ ଦଳାଳ ମାନଙ୍କ କବଜା ରେ ରହିଛି। ଜଣେ ଦଳାଳ ଏକା ସାଙ୍ଗେ ଶହ ଶହ ଟିକେଟ କାଟୁଛନ୍ତି। ଯାହାଫଳ ରେ ସାଧାରଣ ଲୋକେ ଟିକେଟ ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦି ସାଧାରଣ ଲୋକେ କାଭା କିଛି ଲୋକ ଟିକେଟ ଦିଆଯାଉଥିବା ବେଳେ ଅନେକ ସମୟରେ ବିନା ଦଳାଳ ରେ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ଟିକେଟ କାଉଣ୍ଟର ଟିକେଟ ମିଳୁନାହିଁ। ଏଥିରେ ସ୍ଥାନୀୟ ରେଲ ବିଭାଗର କିଛି କର୍ମଚାରୀ ଏହି ବେଆଇନ ଟିକେଟ କାରବାର ସମ୍ପୃକ୍ତି ଥିବା ମଧ୍ଯ ଅଭିଯୋଗ ହେଉଛି।
ଯାହାଫଳ ଦଳାଳ ମାନେ ଘରେ ଥାଇ ଫୋନ ମାଧ୍ୟମ ରେ ଟିକେଟ କାଟୁଥିବା ଚର୍ଚ୍ଚା ହେଉଛି। ଦଳାଳ ମାନେ ପ୍ରତୋକ ଟିକେଟ ପିଛା ଦୁଇ ଗୁଣା ଟଙ୍କା ଅଧିକ ନେଉଛନ୍ତି ଏବଂ ସାଧାରଣ ଲୋକେ ମଧ୍ଯ ଟିକେଟ ଜରୁରୀ ଥିବା ତାଙ୍କୁ ଅଧିକ ଟଙ୍କା ଦେଇ ଟିକେଟ ନେଉଛନ୍ତି।ସେହିପରି ପ୍ରତୋକ ଦିନ ରେ ଟିକେଟ କାଉଣ୍ଟର ରେ ଆର.ପି.ଏଫ କର୍ମଚାରୀ ନିୟୋଜିତ ରହି ଟିକେଟ ଦଳାଳ ଙ୍କ ଉପରେ ନଜର ଦେଇ ତାଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେବା କଥା କିନ୍ତୁ ଦାଇତ୍ବ ଥିବା ଆର.ପି.ଏଫ କର୍ମଚାରୀ ମାନେ ପ୍ରତୋକ ଦିନ ଟିକେଟ କାଉଣ୍ଟର ବାହାରୁ ଗୋଟିଏ ଫଟୋ ଉଠାଇ ଚାଳିଯାଆନ୍ତି। ପରେ ଟିକେଟ ଦଳାଳ ଆସି ତାଙ୍କ କାରବାର କରନ୍ତି।
ଏମିତି ଦଳାଳ ମାନେ ଟିକେଟ କାଉଣ୍ଟର ଭିତର କୁ ପସି ମଧ୍ଯ ଟିକେଟ କାଟୁଥିବା ଅଭିଯୋଗ ହେଉଛି। ରେଲ ବିଭାଗ ର ଏକ ସ୍ଵତନ୍ତ୍ର ଟିମ ଟିକେଟ କାଉଣ୍ଟର ର ସିସିଟିଭି ଯାଞ୍ଚ କରି ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି। ସେପଟେ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ଟିକେଟ କାଉଣ୍ଟର ରେ ଦଳାଳ ଙ୍କ କାରବାର ଚାଳିଥିବା ନେଇ କୌଣସି ଗଣମାଧ୍ୟମ ରେ ଖବର ପ୍ରକାଶିତ ହେଲେ ରେଲ ବିଭାଗ କେବଳ ଫଟୋ ଉଠାଇ ତଦନ୍ତ ସାରି ଦେଉଛନ୍ତି ଏବଂ ସକ୍ରୀୟ ଥିବା ଦଳାଳ ଙ୍କ ବିରୋଧ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉନାହିଁ ଯାହାଫଳ ରେ ସାଧାରଣ ଲୋକଙ୍କ ମଧ୍ଯ ଅସନ୍ତୋଷ ପ୍ରକାଶ ପାଉଛି।
କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ରୁ ପ୍ରତୋକ ଦିନ ଶହ ଶହ ଶ୍ରମିକ ବେଆଇନ ଭାବେ ଚାଲାଣ ହୁଏ ଏବଂ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ଶ୍ରମିକ ଚାଲାଣ କରିବାକୁ ସ୍ଥାନୀୟ ଦଦଳା ମାନେ ପ୍ରତୋକ ଶ୍ରମିକ ପିଛା କମିଶନ (କେବି) ଧାର୍ଯ୍ଯ କରିଛନ୍ତି। ଯାହା ଦ୍ବାରା ଶ୍ରମିକ ର ରେଳ ଟିକେଟ ଶହ ତାଙ୍କୁ ଓଡ଼ିଶା ବୋର୍ଡ ପାର କରନ୍ତି ସ୍ଥାନୀୟ ଦାଦନ ସର୍ଦ୍ଧାର ସେଥି ପାଇଁ ମଧ୍ଯ କମିଶନ ନିଅନ୍ତି। ରେଲ ବିଭାଗ ଯେତେବେଳ କୌଣସି ଅଭିଯୋଗ ଆସେ ତେବେ ତୁରନ୍ତ ସେମାନେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତି କିନ୍ତୁ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ରେ ଖୋଲମଖୋଲା ବେଆଇନ ଟିକେଟ କାରବାର ହେଉଥିଲେ ସୁଦ୍ଧା ରେଲ ବିଭାଗ କାହିଁକି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନାହିଁ ବୋଲି ସାଧାରଣ ପ୍ରଶ୍ନ ଉଠୁଛି। ତେବେ ରେଳ ବିଭାଗ ଏହା ଉପରେ ଆଗକୁ କି ପଦକ୍ଷେପ ନେଉଛି ଦେଖିବାକୁ ରହିଲା।