କଣ୍ଟାବାଞ୍ଜି-“କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ୍” ଅନୁଷ୍ଠିତ କରିବା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ କଣ୍ଟାବାଞ୍ଜି ସ୍ଥିତ ହରିଭବନରେ ରବିବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ସମ୍ବାଦ ପ୍ରତିନିଧି ତଥା ଏହି କମିଟିର ଆବାହକ ପୁଷ୍ପକେତୁ ବେହେରାଙ୍କ ଅବହାକତ୍ୱରେ ଅନୁଷ୍ଠିତ ଏହି ବୈଠକ ରେ ସହରର ଅନେକ ଯୁବକ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ତୁଳସୀ ରାମ ଜଗତ ପରିଚାଳନା କରିଥିଲେ । ଚଳିତ ବର୍ଷ ହେବାକୁ ଥିବା ଏହି “କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ୍ “ର କଣ ସବୁ ରୂପ ରେଖ ରହିବ ଏବଂ କେଉଁ ଭଳି ଭାବେ ଆୟୋଜନ କରାଯିବ ସେ ନେଇ ଆଜିର ମୁଖ୍ୟ ଆଲୋଚନା ଥିଲା । ଏହା ସହ କଣ୍ଟାବାଞ୍ଜି ଅଞ୍ଚଳରେ ଥିବା ଯୁବ କଳାକାର ଏଥିରେ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ମତ ପ୍ରକାଶ ପାଇଛି ।
ଦଳ ବଲ ନିର୍ବିଶେଷରେ ସମସ୍ତେ ଏକ ହୋଇ ଏହି “କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ୍ ” କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି । ଆଗାମୀ ବୈଠକ ରେ କେବେ ଏବଂ ତାରିଖ କଣ ହେବ କେତେ ଦିନିଆ ମହୋତ୍ସବ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଆବାହକ ପୁଷ୍ପକେତୁ ବେହେରା କହିଛନ୍ତି । ଆଜିର ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ମନୋଜ ଦାସ, ବ୍ରଜଶ୍ୟାମ ଗୁରୁ , ବିରଞ୍ଚି ନାରାୟଣ ଦାଶ, ବେଦବ୍ୟାସ ନାଗ, ରାଜେନ୍ଦ୍ର ବେହେରା, ସନ୍ତୋଷ ଅଗ୍ରୱାଲ, ଦିନେଶ୍ ମହାନନ୍ଦ, ଆଶୀଷ ଅଗ୍ରୱାଲ, ସଞ୍ଜୟ ଗାନ୍ଧୀ, ସତ୍ୟ ନାରାୟଣ ଅଗ୍ରୱାଲ, ସଚିନ ବିଭାର, ରଶ୍ମି ରଞ୍ଜନ ପୁଟେଲ, ରୋହନ ମହତ, ବାବୁ ବାଗ, ରାଜୁ ବାରିକ, ଇଲୁ ନାଗ, ପ୍ରମୋଦ ବେହେରା, କୁର୍ତ୍ତିକର ବାଗ, ଉମାକାନ୍ତ ମହାନନ୍ଦ, ସୋମନାଥ ସାହୁ, ସୋନୁ ସତପଥୀ , ନିଶି ମହାପାତ୍ର, ବିବେକ ଶର୍ମା ପ୍ରମୁଖ ସାମିଲ ରହିଥିଲେ ।