କଣ୍ଟାବାଞ୍ଜି-ଶିକ୍ଷାୟତତନରେ ଶିକ୍ଷା ଓ ଲାଇବ୍ରେରୀର ପୁସ୍ତକ ଛାତ୍ର ଛାତ୍ରୀ ମାନଙ୍କର ପ୍ରଥମ ଅଧିକାର । ଛାତ୍ର ଛାତ୍ରୀ ପଢିବା ଉଚିତ ଓ ଲାଇବ୍ରେରୀରେ ପୁସ୍ତକ ମାନଙ୍କୁ ପଢି ତାର ଉପଯୋଗ କରିବା ଜରୁରୀ । ଏମତ ଦେଇଛନ୍ତି ଗୁରୁଜୀ ଡ ଦୋଳ ଗୋବିନ୍ଦ ବିଶି । ସୂଚନାଯୋଗ୍ୟ ଯେ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାକୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଗୁଣାତ୍ମକ ଶିକ୍ଷା ବିଷୟରେ ଏକ ସଂପାନ ଆୟୋଜିତ ହୋଇଥିଲା ।
ବିଭାଗୀୟ ମୁଖ୍ୟ ଆଧ୍ୟାପକ ଡ଼ ସଞ୍ଜୟ କୁମାର ମିଶ୍ର ଙ୍କ ଅଧ୍ୟଖ୍ୟତାରେ ଆୟୋଜିତ ଏ ସଂପାନରେ ବିଶିଷ୍ଟ ଶିକ୍ଷାବିତ ଓ ଲୋକ ସାହିତ୍ୟବିଦ ଡ ଦୋଳ ଗୋବିନ୍ଦ ବିଶି ମୁଖ୍ୟ ଅତିଥି , ମହା ବିଦ୍ୟାକୟର ଅଧ୍ୟକ୍ଷ ଡ ପଦ୍ମଲୋଚନ ବର୍ମା ମୁଖ୍ୟବକ୍ତା ,ଅଧ୍ୟାପକ ଡ ସୁଶାନ୍ତ ମହାନନ୍ଦ ଓ ପ୍ରଦ୍ୟୁମ୍ନ ବାଗ ସଂମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟକ୍ଷ ଡ ବର୍ମା ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟବସାୟୀ ହେବାପାଇଁ ପରାମର୍ଶ ଦେଇଥିଲେ। ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ ।