Saturday, April 12, 2025
spot_imgspot_imgspot_img
Homeଅଘଟଣକଣ୍ଟାବାଞ୍ଜିର ପୋଲିସ ଦ୍ବାରା ୧୮ ଜଣ ଦାଦନ ଶ୍ରମିକ ଉଦ୍ଧାର।

କଣ୍ଟାବାଞ୍ଜିର ପୋଲିସ ଦ୍ବାରା ୧୮ ଜଣ ଦାଦନ ଶ୍ରମିକ ଉଦ୍ଧାର।

ମୁଖ୍ଯ ଦାଦନ ସର୍ଦ୍ଦାର ସହ ଦୁଇ ସହଯୋଗୀ ଥାନାରେ ଅଟକ।

କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କଦଳି ପଡା ଛକ ନିକଟ ରେ ବେଆଇନ ଭାବେ ଚାଲାଣ ହେଉଥିବା ସର୍ଦାପୁର ୧୮ ଜଣ ଦାଦନ ଶ୍ରମିକ କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ। ସୂଚନା ଅନୁସାରେ ସର୍ଦାପୁର ଗାଁର ୪ ପରିବାର କଣ୍ଟାବାଞ୍ଜି ସହର ପ୍ରଦୀପ ବେହେରା ନାମକ ଦାଦନ ସର୍ଦ୍ଦାରଙ୍କ ଠାରୁ ମୁଣ୍ଡ ପିଛା ୪୦ ହଜାର ଟଙ୍କା ଅଗ୍ରୀମ ନେଇ ମଙ୍ଗଳବାର କଣ୍ଟାବାଞ୍ଜିରୁ ଟ୍ରେନ ଯୋଗେ ହାଇଦ୍ରାବାଦ ଚାଲାଣ କରିବାକୁ ଦାଦନ ସର୍ଦ୍ଦାର ଛୋଟା ହାତି ଗାଡି ସାହାଯ୍ଯରେ ଚାଲାଣ କରୁଥିବା ବେଳେ

କଣ୍ଟାବାଞ୍ଜି ପୋଲିସ ଖବର ପାଇ ସମସ୍ତ ଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଥାନା କୁ ନେଇ ଆସିଥିଲେ। ଶ୍ରମିକ ମାନଙ୍କ ମଧ୍ଯ ରେ ୪ ଜଣ ପୁରୁଷ ୭ ଜଣ ମହିଳା ୭ ଜଣ ଶିଶୁ ଶ୍ରମିକ ମୋଟ ୧୮ ଜଣ ଶ୍ରମିକ କୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡିଛି। କଣ୍ଟାବାଞ୍ଜି ରେ ଥାନା ମୁଖ୍ଯ ଦାଦନ ପ୍ରଦୀପ ବେହେରା ଓ ସହଯୋଗୀ ସର୍ଦ୍ଦାର, ଗାଡି ଡ୍ରାଇଭରକୁ ଅଟକ ରଖାଯାଇଥିବା ବେଳେ ପୋଲିସ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

error: Content is protected !!