Wednesday, December 25, 2024
spot_imgspot_imgspot_img
Homeରାଜ୍ୟକଣ୍ଟାବାଞ୍ଜିରେ ରେଳ ବିଭାଗର ଉଛେଦ ।

କଣ୍ଟାବାଞ୍ଜିରେ ରେଳ ବିଭାଗର ଉଛେଦ ।

ଧାରଣାରେ ଦୋକାନୀଙ୍କ ସହ ପୂର୍ବତନ ବିଧାୟକ।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଦୋକାନ ଭାଙ୍ଗିଲା ରେଲ ବିଭାଗ ।

କଣ୍ଟାବାଞ୍ଜି(ମୋହନ ସୁନା)-ବହୁ ବର୍ଷ ଧରି କଣ୍ଟାବାଞ୍ଜି ରେଳବାଇ ଷ୍ଟେସନ ସମ୍ମୁଖୀନ ରେ ସହର ଅନେକ ଗରିବ ଶ୍ରେଣୀ ପରିବାର ଦୋକାନ କରି ତାଙ୍କ ପରିବାର ପ୍ରତିପୋଷଣ କରି ଆସୁଥିଲେ। ବର୍ତ୍ତମାନ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ଉନ୍ନତୀକରଣ କାମ ଚାଳିଥିବା ବେଳେ ସୋମବାର କଣ୍ଟାବାଞ୍ଜି ଷ୍ଟେସନ ପରିସର ରେ ଥିବା ୩୦ ଦୋକାନୀ ଙ୍କୁ ଉଛେଦ କରିଛି ରେଲ ବିଭାଗ। ଏକା କୁ ବିରୋଧ କରି ଦୋକାନୀ ମାନଙ୍କ ପକ୍ଷରୁ ଥଇଥାନ ସହ ଉପଯୁକ୍ତ କ୍ଷତି ପୁରଣ ଦାବୀ କରାଯାଇଥିଲା। ଦୋକାନୀ ଙ୍କ ସମର୍ଥନର ରେ କଣ୍ଟାବାଞ୍ଜି ର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜ ଧାରଣା ବସିଥିଲେ।

କଣ୍ଟାବାଞ୍ଜି ରେ ରେଳ ବିଭାଗ ର ପ୍ରାୟ ୭ ଶହ ଏକଡ ଜମି ରହିଛି ଏବଂ ସେହି ଜମି ମଧ୍ଯ ରେ ଏହି ଦୋକାନୀ ଙ୍କୁ ଥଇଥାନ କରାଯାଉ ଓ ଆଇନ ଅନୁଯାଏ କ୍ଷତିପୂରଣ ଦିଆଯାଉ। ଲୋକେ ତାଙ୍କ ସମସ୍ୟାର ସମାଧାନ ପାଇଁ ଜନ ପ୍ରତିନିଧିଙ୍କୁ ଭୋଟ ଦେଇ ନିର୍ବାଚିତ କରୁଛନ୍ତି। ସେମାନେ ସମାଧାନ ନ କରିବା ଅଫିସ ଅଣ ଦେଖା କରିବା ରାଜ୍ଯ ପାଇଁ ଦୁର୍ଭାଗ୍ୟ ଜନକ କଥା ବୋଲି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସାଲୁଜା କହିଥିଲେ। ଏଠାରେ ପ୍ରକାଶ ଥାଉ କି ଯେ ପୂର୍ବ ମଧ୍ଯ ୩୦ ଜଣ ଦୋକାନୀ ମାନେ ଜମି ଯୋଗାଇ ଦେବାକୁ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସେତେବେଳ କୌଣସି ସୁଫଳ ମିଳିନଥିଳା।

ଉଛେଦ ପୂର୍ବ ରୁ ଦୋକାନୀଙ୍କୁ ରେଳ ବିଭାଗ ଜମି ଯୋଗାଇ ନ ଥିବାରୁ ଏବେ ପରିବାର ପ୍ରତିପୋଷଣ କୁ ନେଇ ଚିନ୍ତା ରେ ଉଛେଦ ହୋଇଥିବା ୩୦ ଜଣ ଦୋକାନୀ। ତେବେ ଦୋକାନୀ ସହ ପୂର୍ବତନ ବିଧାୟକ ଧାରଣା ଦେବା ପରେ ରେଲ ବିଭାଗ ପକ୍ଷରୁ କିଛି ମାସ ମଧ୍ଯ ରେ ଉଛେଦ ଦୋକାନୀ ଙ୍କୁ ଜମି ଯୋଗାଇ ଦେବା ପ୍ରତିଶୃତି ଦେବା ପରେ ସେମାନେ ଧାରଣା ରୁ ଉଠିଥିଲେ। ମାଜିଷ୍ଟ୍ରେଟ ଦାଇତ୍ବ ରେ କଣ୍ଟାବାଞ୍ଜି ତହସିଲ ଅଞ୍ଜଳୀ ମାଝୀ ଉପସ୍ଥିତ ଥିବା ବେଳେ ଜେସିବି ମେସିନ ସାହାଯ୍ଯ ରେ ସମସ୍ତ ଦୋକାନ ଭାଙ୍ଗିଥିଲା ରେଲ ବିଭାଗ। ଆଇନ ଶୃଙ୍ଖଳା କୁ ନଜର ରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

error: Content is protected !!