ବରପାଲି – ବରପାଲି ବ୍ଲକ କଟାପାଲି ସ୍ନାତକ ମହାବିଦ୍ୟାଳୟ ପରିସରରେ ନିଶା ନିବାରଣ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ଯାଳୟ ଓ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ବିଭାଗ ମିଳିତ ଆନୁକୁଲ୍ୟରେ ନିଶାନିବାରଣ ଉପରେ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଧ୍ୟକ୍ଷ ବୁଦ୍ଧଦେବ ଭୋଇଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।
କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦୀପ ପ୍ରଜ୍ଜ୍ୱଳନ ସମ୍ପର୍ଣ୍ଣ ପରେ ଉଦ୍ଦେଶ୍ୟ ଜ୍ଞାପନ କରିଥଲେ ମୋର ଯୁବା ଭାରତ ପକ୍ଷରୁ ତ୍ରିଲୋଚନ ଶତପଥୀ। ନିଶାର କୁପରିଣାମ, ଅପକରିତା ଓ ସମାଜ ଉପରେ ପଡୁଥିବା କୁପ୍ରଭାବ,ଆର୍ଥିକ ଅନାଟନ ଓ ସାମାଜିକ ସ୍ତରର କ୍ଷୟକ୍ଷତି ସହ ବିଭିନ୍ନ ସମସ୍ଯା ଉପରେ ବିଶଦ ଭାବରେ ଆଲୋଚନା ମାନ ହୋଇଥିଲା । ଏନଏସଏସ ସଂଯୋଜକ ଅଧ୍ୟାପକ ବିଶୁଦତ୍ତ ପଧାନ ନିଶା ମୁକ୍ତି ସମାଜ ଗଠନ ପାଇଁ ଛାତ୍ର ମାନଙ୍କୁ ଆହ୍ବାନ ଦେଇଥିଲେ ।
ଯୁବ ରେଡକ୍ରସ୍ ସଂଯୋଜକ ଅଧ୍ୟାପକ ଲୋକନାଥ ସାହୁ ନିଶା ନିବାରଣ ଉପରେ ଏକ ସଂକଳ୍ପ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସ୍ୱେଚ୍ଛାସେବୀ ଅନିଲ ସାହୁ,ତୁଳସୀରାମ ବରିହା,ସୋଭାରାମ ବରିହା ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କଲେ ରାଜନୀତି ବିଜ୍ଞାନ ଅଧ୍ୟାପକ ଦେବାଶିଷ ପଧାନ ।