ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କଂସର ଗ୍ରାମାରେ ତିନିଦିନ ଧରି ଦିବ୍ୟ ଜୌତି ଜାଗ୍ରତି ସଂସ୍ଥାନ ସମ୍ବଲପୁର ଶାଖା ଆନୁକୁଳ୍ୟରେ ହରି କଥା ଅନୁଷ୍ଠିତ ହୋଇଥିଲା l ଗୁରୁଦେବ ଆଶୁତୋଷ ମହାରାଜଙ୍କ ଶିଷ୍ୟା ସାଧବୀ ଭଉଣୀ ମାନେ ଏବଂ ପଦ୍ମପୁରର ଶ୍ରୀ ଲୁଲୁ ପଣ୍ଡା, ଶ୍ରୀ ଟୁଲୁ ପଣ୍ଡା ଏବଂ ଆଖ ପାଖ ଅଞ୍ଚଳରୁ ଦୀକ୍ଷିତ ଶିଷ୍ୟ/ଶିଷ୍ୟା ମାନେ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଲ୍ଲେଖନୀୟ ଦାଇତ୍ୱ ଗ୍ରହଣ କରିଥିଲେ l ଏହି କଲିକାଳରେ ମଣିଷ ସମାଜ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇ ମାୟା, ମୋହ, କ୍ରୋଧ, ଲୋଭର ବଡ଼ବର୍ତୀ ହୋଇ ପଥ ଭ୍ରଷ୍ଟ ହେବାରେ ଲାଗିଛି ଏବଂ ମଣିଷ ଜନ୍ମର ଉଦେଶ୍ୟକୁ ବୁଝି ନପାରି ପାପ ଦିଗକୁ ଅଗ୍ରସର ହେବାକୁ ଲାଗିଛି l
ମଣିଷ ସମାଜ କୁ ସତ ମାର୍ଗ କୁ ଆଣିବା ପାଇଁ ତଥା ନିଜ ଜୀବନ ରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରି ପ୍ରକୃତରେ ସୁଖ ଶାନ୍ତି କୁ ଉପଲବ୍ଧ କରି ସଫଳତା ପାଇବା ପାଇଁ ଓ ମଣିଷ ଜୀବନର ପ୍ରକୃତ ଉଦେଶ୍ୟ ଅର୍ଥ ଜାଣିବା, ବୁଝିବା ଓ ଲୋକଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରେଇବା ଉଦେଶ୍ୟରେ କଂସର ପଞ୍ଚାୟତର ସରପଞ୍ଚ ଶ୍ରୀ ଆନନ୍ଦ କୁମାର ବେହେରା ଓ କଂସର ଗ୍ରାମର ଶ୍ରୀ ଦୁର୍ଯୋଧନ ମେହେର, ଶ୍ରୀ ହିରାଧନ ମେହେର, ଶ୍ରୀ କୈଳାଶ ଚନ୍ଦ୍ର ବେହେରା, ଲିଙ୍ଗରାଜ ମେହେର, ଦୁଃଖୁ ମେହେର, ମଧୁ ମେହେର, ମୀନକେତନ ମେହେର, ଇନ୍ଦ୍ରଜିତ କୁମ୍ଭାର ପ୍ରମୁଖ ଏହି ହରିକଥାର ଆଯୋଜନ କରିଥିଲେ l
ଶେଷ ଦିନରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା l ଶ୍ରୀ ବେହେରା ଆହୁରି କହିଛନ୍ତି ଯେ କଂସର ପଞ୍ଚାୟତର ପ୍ରତେକ ଗାଁ ଓ ଆଖ ପାଖ ପଞ୍ଚାୟତରେ ହରିକଥା ଅମୃତ ବାଣୀ ପ୍ରବଚନ କରାଇବେ ଏବଂ ଏହାରି ମାଧ୍ୟମରେ ଲୋକଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି ହେବ l