Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଓଷ୍ଟା ତରଫରୁ ରାଜବୋଡ଼ାସମ୍ବର ବ୍ଲକ ସ୍ତରୀୟ ଶିଶୁ ମେଳା ପାଇଁ ପ୍ରସ୍ତୁତି ବୈଠକ ।

ଓଷ୍ଟା ତରଫରୁ ରାଜବୋଡ଼ାସମ୍ବର ବ୍ଲକ ସ୍ତରୀୟ ଶିଶୁ ମେଳା ପାଇଁ ପ୍ରସ୍ତୁତି ବୈଠକ ।

ପଦ୍ମପୁର – ପଦ୍ମପୁର ସହରର ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟା ସଭାପତି ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଶିଶୁମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ସମ୍ପାଦକ ଶ୍ରୀ ରବି ନାରାୟଣ ପ୍ରଧାନ, ଜିଲ୍ଲା ଉପ ସଭାପତି ଶ୍ରୀ ଚୂଳସୁନ୍ଦର ମେହେର, ଶ୍ରୀ ପ୍ରସନ୍ନ ମେହେର, ଶ୍ରୀ ଅଜିତ ପାତ୍ର, ଶ୍ରୀ ମୋତିଲାଲ ସାହୁ, ଶ୍ରୀ ଗୋବିନ୍ଦ ସାହୁ ଓ ଅନ୍ୟାନ୍ୟ ସ୍କୁଲରୁ ଆସିଥିବା ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ। ବ୍ଲକର ଶିଶୁମେଳା ଆସନ୍ତା ଡ଼ିସେମ୍ବର ୭ ତାରିଖ ଶନିବାର ଦିନ ଟାଉନ୍ ଉଚ୍ଚ ବିଦ୍ୟାଳୟରେ କରାଯିବା ପାଇଁ ସ୍ଥିର ହେଲା। ପରିଶେଷରେ ଶ୍ରୀ ମାର୍ତଣ୍ଡ ଦେବ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟରେ ଶ୍ରୀ ଉଜଲ୍ ସାହୁ ସହଯୋଗ କରିଥିଲେ।

error: Content is protected !!