ପାଇକମାଲ-ବରଗଡ଼ ଜିଲ୍ଲା ପାଇକମାଲ ପୋଲିସ ସବୁ ଦିନ ପରି ଗତ ୪ ତାରିଖ ଦିନ ରାତିରେ ଗାଡ଼ି ଯାଞ୍ଚ କରିଥିବା ବେଳେ ଏକ ହାଇୱା ଗାଡ଼ି ( CG ୨୨ X ୪୮୭୯) କୁ ଓଭର ଲୋଡିଂ ସନ୍ଦେହରେ ଅଟକ ରଖିଥିଲା ଏବଂ ବରଗଡ଼ ଏମଭିଆଇକୁ ଖବର ଦେଇଥିଲେ । ଗୁରୁବାର ଏମଭିଆଇ ଏ.କେ ପାଣିଗ୍ରାହୀ ପାଇକମାଲ ଥାନାକୁ ଆସି ଗାଡ଼ିକୁ ଓଭର ଲୋଡିଂ ତନଖି କରି ୪୬,୧୦୦ ଟଙ୍କା ଫାଇନ କଲାପରେ ଗାଡ଼ି ଛଡ଼ା ଯାଇଛି ବୋଲି ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

