Sunday, April 20, 2025
spot_imgspot_imgspot_img
Homeରାଜ୍ୟଓପିଏସସି ପରୀକ୍ଷାରେ ୭୫ ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି ବରଗଡ଼ର ମାନସ ରଞ୍ଜନ ପଣ୍ଡା ।

ଓପିଏସସି ପରୀକ୍ଷାରେ ୭୫ ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି ବରଗଡ଼ର ମାନସ ରଞ୍ଜନ ପଣ୍ଡା ।

ଅତାବିରା(ସୁରେନ୍ଦ୍ର କଠାର)-ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ ହୋଇଯାଉଛି । ଏଥିରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ମନାପଡ଼ା ଗ୍ରାମର ମାନସ ରଞ୍ଜନ ପଣ୍ଡା କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନଙ୍କ ଦ୍ଵାରା ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ଫଳାଫଳରେ ମାନସ ୭୫ ତମ ସ୍ଥାନରେ କୃତକାର୍ଯ୍ୟ ହୋଇ ବରଗଡ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି।

ମାନସ ମନାପଡ଼ା ନିବାସୀ କ୍ଷୀରସାଗର ପଣ୍ଡା ଓ ଦୁର୍ଲଭିଙ୍କ ପୌତ୍ର ଏବଂ ଅଶୋକ ପଣ୍ଡା ଓ ମାତା ନନ୍ଦିତା ପଣ୍ଡାଙ୍କ ପୁତ୍ର ଅଟନ୍ତି। ସେ ଏବେ ବ୍ରଜରାଜନଗର ମହାନଦୀ କୋଲ ଫିଲ୍ଡର ମ୍ୟାନେଜର ପର୍ସାନେଲ ଭାବରେ କାର୍ଯ୍ୟରତ ଅଛନ୍ତି । ମାନସଙ୍କ କୃତକାର୍ଯ୍ୟ ଖବର ଶୁଣି ପରିବାର, ବନ୍ଧୁ ପରିଜନ ତଥା ଅଞ୍ଚଳବାସୀଙ୍କ ମଧ୍ଯରେ ଖୁସିର ଲହରୀ ଖେଳି ଯାଇଛି ।

error: Content is protected !!