ଝାରବନ୍ଧ(ବାସନ୍ତୀ ବାଗ)-ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଦ୍ୱାରା ପରିଚାଳିତ ଓଡିଶା ସେବା ପ୍ରକଳ୍ପ, ବରଗଡ ଓ ଆନନ୍ଦଲୟ ଝାରବନ୍ଧ ଆନୁକୁଲ୍ୟରେ ଆଚାର୍ଯ୍ୟ ଓ କାର୍ଯ୍ୟକର୍ତ୍ତାମାନଙ୍କ ପରିବାର ମିଳନ କାର୍ଯ୍ୟକ୍ରମ ଝାରବନ୍ଧ ଡ୍ୟାମ୍ ଶିବ ମନ୍ଦିରଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୪୦ ପରିବାରରୁ ପ୍ରାୟ ୧୫୦ ଜଣ ସଦସ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ସରକାରୀ ଶିକ୍ଷକ ଶ୍ରୀ ପ୍ରକାଶ ବାଗ ଓ ବରିଷ୍ଠ ନାଗରିକ ଶ୍ରୀ ସତୁ ଥପା ଅତିଥି ଭାବେ ଯୋଗ ଦେଇ ଗୀତା ଓ ଭାରତୀୟ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସଂଯୋଜିକା କେଶରୀ କୁମର୍ରା ପରିଚାଳନା କରିଥିଲେ ଏବଂ ଆନନ୍ଦଳୟ ପରିଦର୍ଶକ ନିମାଇ ବାରିକ୍ ଓ ଲୋଚନ ସାହୁ ଆନନ୍ଦଳୟର ଚାରିଟା ଆୟାମ୍ ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କାର ଓ ସ୍ବାଭିମାନ ବିଷୟରେ ଆଲୋକପାତ କରିଥିଲେ। ବିବେକାନନ୍ଦ କେନ୍ଦ୍ର ଓଡ଼ିଶା ପ୍ରାନ୍ତରୁ ବିଭାଗ ପ୍ରବାସୀ କାର୍ଯ୍ୟକର୍ତ୍ତା ଶ୍ରୀ ଯତୀନ୍ଦ୍ର କୁମର୍ରା ଯୋଗ ଦେଇ ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ କେନ୍ଦ୍ରର କାର୍ଯ୍ୟକର୍ତ୍ତା ଅନିଲ ଲୁହାର, ମନୋରଞ୍ଜନ ପ୍ରଧାନ, କେତକୀ ବାଗ ପ୍ରମୁଖ ସହଯୋଗ କରିଥିଲେ।
ଆନାନ୍ଦଳୟର ଆଚାର୍ଯ୍ୟମାନଙ୍କ ଅଭିଭାବକ ମାନଙ୍କୁ ଏବଂ ସମସ୍ତ ଅତିଥି ମାନଙ୍କୁ ଶେଷରେ ଧନ୍ୟବାଦ୍ ଦିଆଯାଇଥିଲା ଏବଂ ଆଗାମୀ କାର୍ଯକ୍ରମ ସମର୍ଥ ଭାରତ ପର୍ବ ତଥା ବିବେକାନନ୍ଦ ଜୟନ୍ତୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କାମନା କରାଯାଇଥିଲା। ଆଗାମୀ ଦିନରେ ବରଗଡ଼ ଜିଲ୍ଲାରେ ଶିଶୁ ମାନଙ୍କୁ ବିନା ଦେୟରେ ଶିକ୍ଷା ଦାନ କରିବା ପାଇଁ ଆହୁରି ୫୦ ଆନାନ୍ଦଳୟ ଖୋଲିବା ପାଇଁ ଯୋଜନା ରହିଛି। ଅଭିଭାବକ ଗୋବର୍ଦ୍ଧନ ଦୀପ, ଥୋକେଶନ ସାହୁ, ଡୋଳଚନ୍ଦ୍ର ସାହୁ ଏହି କାର୍ଯ୍ୟକର୍ମ ଆୟୋଜନ ପାଇଁ ବ୍ୟବସ୍ଥାରେ ସହଯୋଗ କରିଥିଲେ।