Sunday, March 8, 2026
Homeରାଜ୍ୟଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକତ୍ସବ ।

ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକତ୍ସବ ।

ବରପାଲି-ବରପାଲି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ଉତ୍ସବ ସମାପନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପ୍ରଦୀପ କୁମାର ହୋତା ଅଧ୍ୟକ୍ଷ, ଜଗବନ୍ଧୁ ମହାବିଦ୍ୟାଳୟ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରତ୍ନ କୁମାର ଭୋଇ ଅତିରିକ୍ତ ଶିକ୍ଷାଧିକାରୀ, ମନୋଜ ବାରିକ ପ୍ରଧାନ ଶିକ୍ଷକ, ଗଙ୍ଗାଧର ମେହେର ଏନ୍ ଏ ସି ବିଦ୍ୟାଳୟ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସତଶିକ୍ଷା ମୂଳକ ଜ୍ଞାନ ଆହାରଣ ସମ୍ପର୍କରେ ପରାମର୍ଶ ପ୍ରଦାନ କରିଥିଲେ।

ସନ୍ତୋଷ ସାହୁ ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଏନ୍ ପି ଶ୍ରୀଦେବୀ ଇଂରାଜୀ ଶିକ୍ଷୟତ୍ରୀଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ଧନ୍ୟବାଦ ଈଶ୍ୱର ଚନ୍ଦ୍ର ଗଡତିଆ ସଂସ୍କୃତ ଶିକ୍ଷକ ଆଦର୍ଶ ବିଦ୍ୟାଳୟ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଅର୍ଜନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

error: Content is protected !!