Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଓଡିଆ ଭାଷା ସାହିତ୍ଯ ଓ ସଂସ୍କୃତି ପକ୍ଷରୁ ଭଜନ ସଂଧ୍ଯା ଅନୁଷ୍ଠିତ।

ଓଡିଆ ଭାଷା ସାହିତ୍ଯ ଓ ସଂସ୍କୃତି ପକ୍ଷରୁ ଭଜନ ସଂଧ୍ଯା ଅନୁଷ୍ଠିତ।

ବରପାଲି – ବରପାଲି ଜଗନ୍ନାଥ ମାଉଶି ମାଁ ମନ୍ଦିର ପରିସରରେ ଓଡିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗ, ନୁପୁର ଏବଂ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ ଭଜନସଂଧ୍ଯାର ଉଦଯାପନୀ ହୋଇଯାଇଛି। ଅନ୍ତିମ ସଂଧ୍ଯାରେ ଆୟୋଜିତ କାର୍ଯ୍ଯକ୍ରମରେ ଭୁବନେଶ୍ବର ବିଶିଷ୍ଟ କଣ୍ଠଶିଳ୍ପୀ ସନ୍ଯାସି ପରିଚ୍ଛା ଏବଂ ସାଥି ମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା। ପରମାନନ୍ଦ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ପରିଚାଳିତ ସାଂସ୍କୃତିକ ସଂଧ୍ଯା ସୁଧିର ଗଡତିୟାଙ୍କ ସଂଯୋଜନାରେ ସଂଚାଳିତ ହୋଇଥିଲା।

କାର୍ଯ୍ଯକ୍ରମରେ ସନ୍ଯାସି ପରିଚ୍ଛାଙ୍କ ସମେତ ଅନିତା ରାଉତରାୟ,ଅଭିପ୍ସା ପରିଚ୍ଛା ଓ ପି.ଚନ୍ର୍ଦଶେଖର ରାଓ ପ୍ରମୁଖ କଣ୍ଠଦାନ କରିଥିଲେ। ବାଦ୍ଯଯନ୍ର୍ତରେ ପଦ୍ମଲୋଚନ ଦାଶ,ସୂନିଲ ବିଭାର,ସଞ୍ଜୟ ବେହେରା,ବିଶ୍ବ ବେହେରା ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନାରେ ପରମାନନ୍ଦ ସ୍ବାଇଁଙ୍କ ସମେତ ଅଜିତ ଛତ୍ରିଆ,ରାଜୁ ବିଦ୍ଯାଧର ଓ ରମେଶ ରଣା ପ୍ରମୁଖ ସହାୟତା କରିଥିଲେ।

error: Content is protected !!