Sunday, November 24, 2024
spot_imgspot_imgspot_img
Homeରାଜ୍ୟଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୫ ନମ୍ବର ରଖି କୃତକାର୍ଯ୍ୟ ହେଲେ ବିଜେପୁର ମାଟିର ପୁଅ...

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୫ ନମ୍ବର ରଖି କୃତକାର୍ଯ୍ୟ ହେଲେ ବିଜେପୁର ମାଟିର ପୁଅ କ୍ଲିଣ୍ଟନ ।

ବିଜେପୁର-ବରଗଡ଼ ଜିଲ୍ଲା ବିଜେପୁରର କ୍ଲିଣ୍ଟନ ସାହୁ ଓ.ପି.ଏସ ଇ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବାରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ବିଜେପୁର ସହର ସ୍ଥିତ ଜଣାଶୁଣା ଗଞ୍ଜେଇଭାଟି ଛକରେ ତାଙ୍କ ଘର।ମାତା:- ଗୈାରୀ ପାତ୍ର, ପିତା:- କିଶୋର ସାହୁଙ୍କ ସୁପୁତ୍ର ଅଟନ୍ତି।ବାପା ଜଣେ ବ୍ୟବସାୟୀ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିବା ବେଳେ ମାତା ଗୈାରୀ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରନ୍ତି।

କ୍ଲିଣ୍ଟନ ସ୍ଥାନୀୟ ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀ,ଷଷ୍ଠ ଶ୍ରେଣୀରୁ ଭୁବନେଶ୍ବର ସ୍ଥିତ ସୈନିକ ସ୍କୁଲରେ +୨ ପର୍ଯ୍ୟନ୍ତ ପାଠ ପଢନ୍ତି। ପରେ ରାଜଧାନୀ କଲେଜ ଭୁବନେଶ୍ବରରେ ୨୦୧୪-୨୦୧୭ ଭିତରେ ଗ୍ରାଜୁଏସନ, ରେଭେନ୍ସା ୟୁନିଭସିଟି କଟକରେ ୨୦୧୮-୨୦୨୦ରେ ଏମ.ଏ.ସିରେ ପାଠ ପଢି ସାରିଲା ପରେ,ଗେଟ୍ ପାଇଁ ଦିର୍ଘ ଦୁଇବର୍ଷ କାଳ ସଂଘର୍ଷର ଅଧ୍ୟୟନ ମଧ୍ୟରେ ଛନ୍ଦି ହୋଇ ୧୮୮ ନମ୍ବର ରେଙ୍କରେ ଗେଟ୍(ଫିଜିକ୍ସ)୨୦୨୨ରେ କୃତକାର୍ଯ୍ୟ ହୁଅନ୍ତି।

ପରେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ମନସ୍ଥ କରି ୨୦୨୨-ଜୁଲାଇରେ ଲୋକସେବା ଆୟୋଗ ପକ୍ଷରୁ ହେବାକୁ ଥିବା ଓଡ଼ିଶା ପ୍ରଶାସନିକ ସେବାରେ (O.A.S)ରେ ପ୍ରଥମଥର ପାଇଁ ପରୀକ୍ଷା ଦେବା ସହ ୩୫ ନମ୍ବର ସ୍ଥାନ ହାସଲ କରିବାରେ ସଫଳତା ପାଇଛନ୍ତି।ଦିର୍ଘ ୮ରୁ ୯ ଘଣ୍ଟା ଅଧ୍ୟୟନ ର ପରିଶ୍ରମ ସାର୍ଥକ ହୋଇଛି ବୋଲି ଆମ ପଶ୍ଚିମଓଡିଶା ବ୍ୟୁରୋ ଚିଫ ନିରଞ୍ଜନ ତ୍ରିପାଠୀଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା ସମୟରେ ଜଣାଇଛନ୍ତି।ଏଇ ଅଧ୍ୟୟନ ର ସଂଘର୍ଷ ମୟ ଯାତ୍ରା ପଛରେ ମୋ ବାପା, ମାଆ, ମୋ ଭାଇ ମୋ ମାମୁଁ ତଥା ସପରିବାରଙ୍କ ଦିଗଦର୍ଶନରେ ଆଜି ମୁଁ ଏଇ ସ୍ଥାନର ଅଧିକାରୀ। ତେଣୁ ସବୁ ଶ୍ରେୟ ତାଙ୍କ ପାଖକୁ ଯିବ ବୋଲି ମତବ୍ୟକ୍ତ କରିଛନ୍ତି।

error: Content is protected !!