Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ।

ବରପାଲି – ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗଙ୍ଗାଧର ମେହେର ଏନ୍ ଏ ସି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମନୋଜ ବାରିକ ମୁଖ୍ୟ ଅତିଥି, ବିନିକା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର (ମହାବିଦ୍ୟାଳୟ) ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ ଧନେଶ୍ଵର ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ଗଙ୍ଗାଧର ମେହେର ସାହିତ୍ୟ ଓ ଦର୍ଶନ ଉପରେ ଆଲୋଚନା କରିଥିଲେ। ଭେଡେନ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ତଥା କବି ଆଶିଷ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଙ୍ଗାଧର ସାହିତ୍ୟରେ ଗ୍ରାମ୍ଯ ଜୀବନ ବିଷୟରେ ଆଲୋକପାତ କରି ମନଛୁଆଁ ଢଙ୍ଗରେ ସ୍ବରଚିତ ସମ୍ବଲପୁରୀ କବିତା ‘ଗାଁ’ କବିତା ପାଠ କରିଥିଲେ।

ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ଗଡତିଆ ସଭା ସଞ୍ଚାଳନ କରିଥିବାବେଳେ ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରେମସାଗର ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ ପାଳନ ଅବସରରେ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଲଲାଟେନ୍ଦୁ ରଣାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସଫଳତା ପାଇଁ ସହର୍ଷ ସହଯୋଗ କରିଥିଲେ।

error: Content is protected !!