ପଦ୍ମପୁର– ଓଡ଼ିଶା ଆଇକନିକ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।ରାଜବୋଡ଼ାସମ୍ବର ବ୍ଲକ ବାନ୍ଦୁପାଲି ଆଦର୍ଶ ବିଦ୍ୟାଳୟର ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖିଥିବା ସାତ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ଯରୁ ୦୪ ଜଣ ଛାତ୍ର ତେଜସ କୁମାର ସିଂ, ଶ୍ରେୟସ ରଞ୍ଜନ ମେହେର,ହେମରାଜ ଧରୁଆ,ଛାତ୍ରୀ ଗାୟତ୍ରୀ ବରିହା କୃତିତ୍ୱ ସହ ସଫଳତା ହାସଲ କରି ଆଇକନିକ ଆଦର୍ଶ ସ୍କୁଲ ଭୂବନେଶ୍ୱର ପାଇଁ ମନୋନୀତ ହୋଇଛନ୍ତି । ଛାତ୍ର ଛାତ୍ରୀଙ୍କ ସଫଳତା ପାଇଁ ବାନ୍ଦୁପାଲି ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ ଗଣ ଉଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।



